ପୁରୀ ଗସ୍ତରେ ୫ଟି ସଚିବ, ଶ୍ରୀମନ୍ଦିର ଚାରିପଟେ ଉନ୍ନତିକରଣ କାର୍ଯ୍ୟର କଲେ ସମୀକ୍ଷା

ପୁରୀ,ଏନ୍ଏନ୍ଏସ୍: ପୁରୀ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ୍। ଶନିବାର ସକାଳେ ୫ଟି ସଚିବ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ସେବାୟତଙ୍କ ସହ ଆବୋଚନା କରିବା ସହ ସମୀକ୍ଷା ମଧ୍ୟ କରିଛନ୍ତି।

ପୁରୀକୁ ବିଶ୍ୱ ପର୍ଯ୍ୟଟନରେ ସ୍ଥାନ ଦେବାକୁ ଜୋରଦାର ପ୍ରୟାସ କରାଯାଉଛି। ଅନେକ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଲଗାତାର ଭାବେ ସରକାରଙ୍କ ବରିଷ୍ଠ ଅଧିକାରୀ ପୁରୀ ଗସ୍ତ କରି କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ବର୍ଗଙ୍କ ସହ ଆଲୋଚନା କରୁଛନ୍ତି।

ସେହିପରି ୫ଟି ସଚିବ ଶନିବାର ସକାଳେ ପୁରୀରେ ପହଞ୍ଚିଛନ୍ତି। ସେହିପରି ତାଙ୍କ ଗସ୍ତ ସମୟରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀର ନାମ ପରିବର୍ତ୍ତନ କରି ଶ୍ରୀଜଗନ୍ନାଥ ଧାମ ପୁରୀ କରିବାକୁ ଦାବିପତ୍ର ଦିଆଯାଇଛି। ଏହି ବିଷୟରେ ବିଚାର କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ୫ଟି ସଚିବ ପ୍ରତିଶ୍ରୃତି ଦେଇଥିବା ସୂଚନା ମିଳିଛି।