Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିପୁଳ ପରିମାଣର ନକଲି କୀଟନାଶକ ଓ ସାର ଜବତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବିପୁଳ ପରିମାଣର ନକଲି କୀଟନାଶକ ଓ ସାର ଜବତ

ବରଗଡ଼,ଏନ୍ଏନ୍ଏସ୍ : କୃଷି ଓ କୃଷକଙ୍କୁ ନେଇ ଗର୍ବିତ ବରଗଡ଼ ଜିଲ୍ଲାର ଚାଷୀଙ୍କୁ ବିଭିନ୍ନ କଂପାନୀର ବହୁ ନକଲି କୀଟନାଶକ , ଭିଟାମିନ ତଥା ସାର ବିକ୍ରୀ କରି ଲୁଟ କରାଯାଉଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏହି କ୍ରମରେ ସୋମବାର କୃଷି ବିଭାଗ ତରଫରୁ ସହରର ବଜ୍ରଧାମ ଆପାଟମେଣ୍ଟରେ ଚଢ଼ାଉ କରାଯାଇ ବହୁ ନକଲି ଭିଟାମିନ ଜବତ କରାଯାଇଛି । କୃଷିବିଭାଗ ତରଫରୁ ଜବତ ନକଲି ଭିଟାମିନକୁ ଲାବୋଟୋରୀରେ ଟେଷ୍ଟ କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ଜଣାପଡିଛି ଯେ ବରଗଡ଼ ସହରର ରାମମନ୍ଦିର ନିକଟ ବଜ୍ରଧାମ ଆପାଟମେଣ୍ଟର ୩୦୪ନଂ ରେ ବହୁ ନକଲି ଭିଟାମିନ ଗଚ୍ଛିତ ରଖାଯାଇ ଚାଷୀମାନଙ୍କୁ ବିକ୍ରୀ କରାଯାଉଥିବା ନେଇ ଜିଲ୍ଳା କୃଷିବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଯାହାକୁ ନେଇ ଜିଲ୍ଳାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷିବିଭାଗ ତରଫରୁ ଏକ ସ୍ୱାର୍ଡ ଗଠନ କରାଯାଇ ସୋମବାର ଅପରାହ୍ନରେ ଉକ୍ତ ଆପାଟମେଣ୍ଟର ମାନସ ଦାସଙ୍କ ଉକ୍ତ ଘରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ସେଠାରେ ଜବରଦସ୍ତ, ହାଇପାୱାର, ପ୍ରଫୁଲ୍ଳ , ବାବା, ସୁରକ୍ଷା, ମଲଟିଭିଟା , ଭାଇରସ ଗାର୍ଡ, ଧମାକା ସୁପର ଆଦି ନକଲି ଭିଟାମିନ କୃଷିବିଭାଗ ତରଫରୁ ଜବତ କରାଯାଇଥିଲା ।

ସେହିପରି ଆପାଟମେଣ୍ଟର ତଳ ମହଲାରେ ଥିବା ସେମାନଙ୍କ କାରରେ ମଧ୍ୟ ବହୁ ପରିମାଣର ନକଲି ଭିଟାମିନ ଜବତ କରାଯାଇଥିଲା । କେନ୍ଦ୍ରାପଡାର ସତ୍ୟବ୍ରତ ପରିଡା ମାନସଙ୍କ ଘରେ ରହି ଏହି କାରବାର କରୁଥିବା ବେଳେ ପ୍ରାଥମିକ ତଦନ୍ତରୁ ଉଭୟେ ମିଶି ଏସବୁ ନକଲି ଭିଟାମିନଗୁଡିକ ବରପାଲି, ବିଜେପୁର ଅଚଂଳର ଚାଷୀଙ୍କୁ ବିକ୍ରୀ କରୁଥିବା ଜଣାପଡିଛି।

ଜବତ ଭିଟାମିନଗୁଡିକ ପନିପରିବାରେ ବ୍ୟବହାର ହେଉଥିବା ବେଳେ ଏହା ବିଭିନ୍ନ ନାମରେ ରହିଥିବା ସହ ଏସବୁର କଂପୋଜିସନ ସମାନ ରହିଛି ଏବଂ ଏହା ଉପରେ ମହାବୀର ଏଗ୍ରି କେୟାର ଭୁବନେଶ୍ୱର ବୋଲି ଉଲ୍ଲେଖ ରହିଛି । ଏହି କାରବାର ଚଳାଉଥିବା ସତ୍ୟବ୍ରତ ପରିଡା ଏବଂ ମାନସ ଦାସଙ୍କ କୌଣସି ଲାଇସେନ୍ସ ନ ଥିଲା।

ସେହିପରି ଏମାନଙ୍କ ପାଖରେ କୌଣସି ପରଚେଜ୍ ବିଲ, କଂପାନୀର ସୋରସ୍ ଲାଇସେନ୍ସ ସହ ଏହା ବିକ୍ରୀ କରିବା ପାଇଁ କୌଣସି ପ୍ରକାର ବିଧିବଦ୍ଧ କାଗଜପତ୍ର ନ ଥିବା କୃଷିବିଭାଗ ଚଢ଼ଉ ସମୟରେ ଜାଣିବାକୁ ପାଇଥିଲା । ଏସବୁ ନକଲି ଭିଟାମିନ ଗୁଡିକ ସେମାନେ ହାଇଦ୍ରାବାଦରୁ ଆଣି ନିଜେ ପ୍ୟାକିଂ କରୁଥିବା ନେଇ କୃଷିବିଭାଗ ପ୍ରାଥମିକ ତଦନ୍ତରେ ଜାଣିପାରିଥିବା ବେଳେ ଜବତ ଭିଟାମିନ ଗୁଡିକ ଲାବୋଟେରୀ ଟେଷ୍ଟ କରାଯିବ ଏବଂ ଜିଲ୍ଳାପାଲଙ୍କ ନିର୍ଦ୍ଦେଶପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଡିଏ ଦୀନବନ୍ଧୁ ଗାନ୍ଧୀ ସୂଚନା ଦେଇଛନ୍ତି ।