ଲଗାଣ ବର୍ଷାରେ କାନଝରି ଡ୍ୟାମର ଜଳସ୍ତର ବୃଦ୍ଧି

ପାଟଣା,ଏନ୍ଏନ୍ଏସ୍: ଲଗାଣ ବର୍ଷା ଯୋଗୁ ଭିମାପଡ଼ା କାନଝରି ନଦୀ ପୋଲ ଉପରେ ୪ ଫୁଟରୁ ଅଧିକ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ପାଟଣାରୁ କେନ୍ଦୁଝରକୁ ଯୋଗାଯୋଗ ବିଛିନ୍ନ ହୋଇଛି। ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ଵରେ ଗାଡ଼ିମଟର ଅଟକି ରହିଛି। ଲଗାଣ ବର୍ଷାରେ କାନଝରି ଡ୍ୟାମର ଜଳସ୍ତର ବୃଦ୍ଧି ପାଉଥିବାରୁ ଗୋଟିଏ ଗେଟ ଖୋଲାଯାଇଛି। ଫଳରେ ବନ୍ୟାଜଳ ପୋଲ ଉପରେ ପ୍ରବାହିତ ହୋଇ ପ୍ରତି ସେକେଣ୍ଡରେ ଡ୍ୟାମରୁ ୧୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଏଥିସହିତ ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପାଟଣା ପୁଲିସ ଓ ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି।