ନୂଆଦିଲ୍ଲୀ,ଏଜେନ୍ସି: ବିସ୍ଫୋରକ ସାମଗ୍ରୀ ନେଇ ଯାଇଥିବା ଏକ ଡ୍ରୋନ୍ ରବିବାର ଭୋର ସକାଳୁ ବାଗ୍ଦାଦରେ ଇରାକୀ ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ-କଦୀମୀଙ୍କ ନିବାସ ଉପରେ ଆକ୍ରମଣ କରିଛି। ତେବେ ଏହି ଡ୍ରୋନ ଆକ୍ରମଣ ଘଟଣାରେ କିଛି ଲୋକ ଆହତ ହୋଇଥିବା ଜଣାଯାଇଛି।
ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଡ୍ରୋନରେ ବିସ୍ଫୋରକ ସାମଗ୍ରୀ ଥିଲା। ଏହା ବାଗଦାଦରେ ଇରାକର ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ-କଦୀମୀଙ୍କ ନିବାସକୁ ଟାର୍ଗେଟ କରିଥିଲା। ଏନେଇ ଇରାକୀ ସେନା କହିଛି ଯେ, ଡ୍ରୋନ ଦ୍ବାରା ଲୋକଙ୍କୁ ହତ୍ୟା ପାଇଁ ଉଦ୍ୟମ ହୋଇଥିଲା। ସେନା ପକ୍ଷରୁ କୁହାଯାଇଛି ଯେ, ଏହି ଆକ୍ରମଣରେ ପ୍ରଧାନମନ୍ତ୍ରୀଙ୍କ କୌଣସି କ୍ଷତି ହୋଇନାହିଁ।