ରାଜଧାନୀରେ ଡ୍ରାଇଭର ମହାସଂଘର ବିକ୍ଷୋଭ, ଭତ୍ତା ପ୍ରଦାନ ସହ ୧୦ ଦଫା ଦାବି କରିଛି ସଂଘ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଡ୍ରାଇଭର ମହାସଂଘର ବିକ୍ଷୋଭ। ରାଜ୍ୟର ବିଭିନ୍ନ ସ୍ଥାନରୁ ପଦଯାତ୍ରାରେ ବାହାରି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଡ୍ରାଇଭର। ସାମାଜିକ ସୁରକ୍ଷା, ବୀମାରେ ଅନ୍ତର୍ଭୁକ୍ତ କରିବା ଆଦି ଦାବିରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। କୋଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ଭତ୍ତା ପ୍ରଦାନ ସହ ୧୦ଦଫା ଦାବି କରିଛି ସଂଘ।

ଡ୍ରାଇଭରଙ୍କ ଲାଇସେନ୍ସ ୨୫ ବର୍ଷରେ ରଦ୍ଦ ହୋଇଥିବା ନିୟମକୁ ପରିବର୍ତ୍ତନ କରିବାକୁ ଦାବି ହୋଇଛି। ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଦାବି ହୋଇଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତଙ୍କୁ ୧୦ ଲକ୍ଷ ବୀମାରାଶି ଦାବି କରିଛି ମହାସଂଘ। ୬୦ ବର୍ଷ ପରେ ପେନସନ ଦେବାକୁ ବି ଦାବି ରହିଛି।