ଟାଙ୍ଗୀ,ଏନ୍ଏନ୍ଏସ୍: ଟାଙ୍ଗୀ ଥାନା ଅନ୍ତର୍ଗତ ଗରୁଡଗାଁ ପଞ୍ଚାୟତ ବିଶ୍ୱାଳ ଫାଣ୍ଡି ନିକଟସ୍ଥ ଓସିଏଲ ସିମେଣ୍ଟ କାରଖାନା ପାଖରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସିମେଣ୍ଟ ମିକ୍ସଚର ଟ୍ରକକୁ ଅନ୍ୟ ଏକ ଟ୍ରକ ପଛରୁ ଧକ୍କା ଦେବାରୁ ଚକା ତଳେ ଶୋଇଥିବା ଡ୍ରାଇଭର ଚାପି ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ନାମ ହେଲା ପ୍ରେମ ରାଓ। ସେ ଝାରଖଣ୍ଡର ଚମ୍ପାରଣ ଜିଲ୍ଲାର ସାତଗତିଆ ଗ୍ରାମର।
