ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫା ଦାବୀ ନେଇ ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନର ପ୍ରଭାବ ଦେବଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି । ସକାଳୁ ଜିଲ୍ଲାରେ ଯାତ୍ରୀବାହୀ ଓ ମାଲବାହୀ ଯାନବାହାନ ଚଳାଚକ ଠପ ରହିଛି । ତିଳେଇବଣି ବ୍ଲକ ମୁଖ୍ୟାଳୟ, ବାରକୋଟ ବ୍ଲକ ବାସୁପାଲି ଓ ରିଆମାଳ ବ୍ଲକ ତେଲିମୁଣ୍ଡା ଛକରେ ଟେଣ୍ଟ ଲଗାଇ ସଂଘ ସଦସ୍ୟମାନେ ଧର୍ମଘଟ ଚଳାଇଛନ୍ତି । ଓଡ଼ିଶା ଡ୍ରାଇଭର ମହାସଂଘ ଦେବଗଡ଼ ଜିଲ୍ଲା ଶାଖାର ପ୍ରାୟ ୫ ହଜାର ସଦସ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବାବେଳେ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘର ଜିଲ୍ଲା ସଭାପତି ତଥା ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରା ପ୍ରକାଶ କରିଛନ୍ତି ।