ସିବିଆଇ ଲାଗି ଜାରି ହେଲା ଡ୍ରେସ କୋଡ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)ରେ ଡ୍ରେସ କୋଡ ଲାଗୁ କରିବାକୁ ଅଦେଶ ଜାରି ହୋଇଛି। ସିବିଆଇର ନୂଆ ନିର୍ଦ୍ଦେଶକ ସୁବୋଧ କୁମାର ଜାୟସବାଲ ପଦ ସମ୍ଭାଳିବା ପରେ ଏହି ଆଦେଶ ଜାରି କରିଛନ୍ତି। ଫଳରେ ଏବେ ଡ୍ୟୁଟି ସମୟରେ କୌଣସି କର୍ମଚାରୀ କିମ୍ବା ଅଧିକାରୀ ସାଧା ପୋଷାକରେ ଦିଶିବେ ନାହିଁ। ସେମାନେ ଫର୍ମାଲ ଡ୍ରେସ ସାଙ୍ଗକୁ ଜୋତା ପିନ୍ଧିବେ। କେବଳ ଏତିକି ନୁହେଁ, ଭଲ ଢଙ୍ଗରେ ଖିଅର ହୋଇ ଅଫିସ ଆସିବାକୁ ପଡ଼ିବ। ଅନ୍ୟପଟେ ମହିଳା କର୍ମଚାରୀଙ୍କୁ ଶାଢ଼ୀ, ସାଲୱାର ଓ ସାର୍ଟ-ଟ୍ରାଉଜର ପିନ୍ଧିବାକୁ କୁହାଯାଇଛି।