୪୫ ଦିନରେ ୭ ମହଲା କୋଠା ନିର୍ମାଣ କଲା ଡିଆରଡିଓ

ନୂଆଦିଲ୍ଲୀ: ଡିଫେନ୍ସ ରିସୋର୍ଚ୍ଚ ଏଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ) ଲଗାତାର ଭାବେ ସଫଳତାର ଶିଢ଼ି ଚଢ଼ିବାରେ ଲାଗିଛି । ଡିଆରଡିଓ ମାତ୍ର ୪୫ ଦିନ ମଧ୍ୟରେ ୭ ମହଲା ବିଶିଷ୍ଟ କୋଠା ନିର୍ମାଣ କରିଛି । ଏହି କୋଠାର ଉଦଘାଟନ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରିଛନ୍ତି । ଉକ୍ତ କୋଠାକୁ ୫ମ ପୀଢ଼ୀର ଏଡଭାନ୍ସ ମିଡିୟମ କମ୍ବେଟ ଏୟାରକ୍ରାଫ୍ଟ ରିସୋର୍ଚ୍ଚ ଏଣ୍ଡ ଡେଭଲପମେଣ୍ଟ ଫେସିଲିଟି ରୂପେ ବ୍ୟବହାର କରାଯିବ । ଏଠାରେ ଭାରତର ସବୁଠୁ ବିପଦଜନକ ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରସ୍ତୁତ କରାଯିବ ।

ସୂଚନାଯୋଗ୍ୟ, ଉକ୍ତ କୋଠାରେ ଏଡଭାନ୍ସ ମିଡିୟମ ଲଢ଼ୁଆ ବିମାନ ଓ ଉଡ଼ାଣ ନିୟନ୍ତ୍ରଣ ପ୍ରଣାଳୀ ପାଇଁ ଏରୋନୋଟିକ୍ସ ବିକାଶ କରିବାରେ ସୁବିଧା ହେବ । ଏହି ପରିଯୋଜନାର ପ୍ରାରମ୍ଭିକ ବିକାଶ ଲଗାଣରେ ପାଖାପାଖି ୧୫ ହଜାର କୋଟି ଟଙ୍କା ବ୍ୟୟ ହେବ ବୋଲି ଆକଳନ କରାଯାଇଛି ।