ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

ରାୟଗଡା,ଏନ୍ଏନ୍ଏସ୍ : ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ହଜାର ଟଙ୍କା ଦାନ କରି ମାନବିକତାର ପରିଚୟ ପ୍ରଦାନ କରିଛନ୍ତି ନବଜୀବନ ନର୍ସିଙ୍ଗ ହୋମ ମାଲିକ ରୁବିରାଣି କୁଣ୍ଡୁ। ଓଡ଼ିଶା ସରକାରଙ୍କୁ କରୋନା ମୁକାବିଲା ସକାଶେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଶ୍ରମତି କୁଣ୍ଡୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ଆଜି ଜିଲ୍ଲାପାଳ ପ୍ରମୋଦକୁମାର ବେହେରାଙ୍କୁ ଭେଟି ଚେକ ମାଧ୍ୟମରେ ଉକ୍ତ ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଦାନ କରିଛନ୍ତି । ଅନୁରୂପ ରାୟଗଡା ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ରାଜ୍ୟ ବ୍ରାହ୍ମଣ ମହାସଙ୍ଘର ଯୁଗ୍ମ ସମ୍ପାଦକ ରଞ୍ଜନ ରଥ ଏବଂ ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ପଣ୍ଡା ଜିଲାପାଳ ଶ୍ରୀ ବେହେରାଙ୍କ ଜରିଆରେ ଚେକ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ୧୦ ହଜାରଟଙ୍କା ପ୍ରଦାନ କରିଛନ୍ତି।