ଜି-୭ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କଲେ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ,ଏଜେନ୍ସି: ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିମନ୍ତ୍ରିତ କରିଛନ୍ତି। ଏ ନେଇ ଆଜି ଟ୍ରମ୍ପଙ୍କ ସହ ଟେଲିଫୋନ ଯୋଗେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ଗତ ଜୁନରେ ହେବାକୁ ଥିବା ଏହି ସମ୍ମଳନୀକୁ ସେପ୍ଟେମ୍ବର ଯାଏ ଘୁଞ୍ଚାଇ ଦିଆଯାଇଛି।

ଏହି ସମ୍ମିଳନୀରେ ଭାରତ, ଋଷ, ଅଷ୍ଟ୍ରେଲିଆ ଓ ସାଉଥ କୋରିଆ ଭଳି ଦେଶକୁ ସାମିଲ କରିବା ପାଇଁ ଟ୍ରମ୍ପ ଯୋଜନା କରିଥିବା ବେଳେ ଚୀନ କିନ୍ତୁ ଏହାକୁ ନାପସନ୍ଦ କରୁଛି। ତେବେ ଜି-୭ ସମ୍ମିଳନୀଙ୍କୁ ମୋଦୀଙ୍କୁ ଟ୍ରମ୍ପ ନିମନ୍ତ୍ରଣ କରିବା ପରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ଚର୍ଚ୍ଚା।

ଏହାସହ ଆମେରିକାରେ ଚାଲିଥିବା ନାଗରିକ ବିଶୃଙ୍ଖଳାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଉଦବେଗ ପ୍ରକାଶ କରିଥିଲେ। ଏହି ପରିସ୍ଥିତିର ଶୀଘ୍ର ସମାଧାନ ପାଇଁ ମୋଦୀ ଆଶ୍ୱାସନା ଦେଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ପିଏମ ମୋଦୀି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ଯେପରିକି ଦୁଇ ଦେଶର କୋଭିଡ-୧୯ ପରିସ୍ଥିତି, ଭାରତ-ଚୀନ୍ ସୀମାରେ ପରିସ୍ଥିତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ସଂସ୍କାରର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଥିବା ନେଇ ପିଏମଓ ପକ୍ଷରୁ ସୂଚନା ମିଳିଛି।