ଅଭିନେତାଙ୍କ ଫଟୋରେ ନିଜ ମୁହଁ ଯୋଡି ଟ୍ରୋଲର ଶିକାର ହେଲେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ

ୱାଶିଂଟନ,ଏଜେନ୍ସି: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଏକ ଫଟୋକୁ ସିଲଭେଷ୍ଟର ଷ୍ଟେଲୋନଙ୍କ ସହ ଯୋଡି ଏହାକୁ ଟ୍ୱିଟରେ ସେୟାର କରିଛନ୍ତି। ଯାହାକୁ ନେଇ ତାଙ୍କୁ ବର୍ତ୍ତମାନ ଟ୍ରୋଲର ଶିକାର ବୋକୁ ପଡ଼ିଛି। ଏହି ଫଟୋରେ ଟ୍ରମ୍ପ ନିଜ ମୁଣ୍ଡକୁ ଷ୍ଟେଲୋନଙ୍କ ଶରୀରରେ ଯୋଡିଛନ୍ତି। ଟ୍ରମ୍ପ ଏହି ଫଟୋଟିକୁ ଶେୟାର କରିବା ସମୟରେ ଏହାର କୌଣସି ଶୀର୍ଷକ ଉଲ୍ଲେଖ କରିନାହାନ୍ତି। ଅଭିନେତା ଷ୍ଟେଲୋନ ‘ରକି ଥାର୍ଡ’ ଚଳଚ୍ଚିତ୍ରରେ ଖ୍ୟାତନାମା ବକ୍ସର ରକି ବାଲ୍‌ବୋଆଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ଚଳଚ୍ଚିତ୍ରର ଏକ ଦୃଶ୍ୟରେ ଥିବା ଷ୍ଟେଲୋନଙ୍କ ଫଟୋକୁ ଟ୍ରମ୍ପ ଫଟୋଶପ୍‌ରେ ଏଡିଟ୍‌ କରି ଏହି ପୋଷ୍ଟ କରିଛନ୍ତି। ‘ରକି-୩’ ଚଳଚ୍ଚିତ୍ର ୧୯୮୨ରେ ମୁକ୍ତିଲାଭ କରିଥିଲା।

ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦିନ ଫ୍ଲୋରିଡାରେ ଏକ ରି-ଇଲେକ୍ସନ୍‌ ପ୍ରଚାର ଭାଷଣରେ ଟ୍ରମ୍ପ୍‌ ଉତ୍‌କ୍ଷିପ୍ତ ହୋଇ କହିଲେ କି, ହୃଦ୍‌ଘାତ ହୋଇଥିବାରୁ ତାଙ୍କୁ ପୂର୍ବ ବିଜ୍ଞପ୍ତି ବିନା ସେ ଓ୍ଵାଲ୍‌ଟର୍‌ ରିଡ୍‌ ମିଲିଟାରି ହସ୍‌ପିଟାଲ୍‌କୁ ନିଆଯାଇଥିଲା ବୋଲି ଅଧିକଂଶ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଏ ସଂକ୍ରାନ୍ତରେ ହ୍ଵାଇଟ୍‌ ହାଉସ୍‌ ତରଫରୁ କୁହାଯାଇଥିଲା କି, ଆଗାମୀ ଦିନ ପାଇଁ ସମୟ ରଖିବାକୁ ରାଷ୍ଟ୍ରପତି ଟ୍ରମ୍ପ୍‌ ଏଥର ଆଗୁଆ ନିଜର ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି।