ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ପ୍ରସ୍ତାବ

ନୂଆଦିଲ୍ଲୀ: ୨୦୨୧ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମକୁ ପ୍ରସ୍ତାବ ଦିଆଯାଇଛି। ଇସ୍ରାଏଲ ଓ ୟୁଏଇ ମଧ୍ୟରେ ଶାନ୍ତି ଚୁକ୍ତି ପାଇଁ ନାର୍ବିର ଜଣେ ସାଂସଦ ଖ୍ରୀଷ୍ଟିୟାନ ଟ୍ରାଏବିଙ୍ଗ ଗ୍ରେଜେଡ ଟ୍ରମ୍ପଙ୍କ ନାମକୁ ପ୍ରସ୍ତାବ ଦେଇଛନ୍ତି। ଟ୍ରମ୍ପଙ୍କ ମଧ୍ୟସ୍ଥତା ପରେ ହିଁ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇପାରିଥିଲା। ଇସ୍ରାଏଲ ଓ ୟୁଏଇ ଅଗଷ୍ଟ ୧୩ ତାରିଖରେ ଏହି ଶାନ୍ତି ଚୁକ୍ତିକୁ ଘୋଷଣା କରିଥିଲେ।

ଇସ୍ରାଏଲ ଓ ୟୁଏଇ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ଦୁନିଆର କୂଟନୈତିକ ସମୀକରଣରେ ନୂଆ ମୋଡ଼ ଆଣିଥିଲା। ଏହି ଚୁକ୍ତି ଏଥିପାଇଁ ଖାସ୍, କାରଣ ଏପର୍ଯ୍ୟନ୍ତ ମିଡିଲ ଇଷ୍ଟର ୨ଟି ଦେଶକୁ ଛାଡ଼ି ଆହୁ କେହିବି ଇସ୍ରାଏଲକୁ ଏକ ଦେଶର ମାନ୍ୟତା ଦେଇନଥିଲେ। କିନ୍ତୁ ଏବେ ୟୁଏଇ ଏହି ମାନ୍ୟତା ଇସ୍ରାଏଲକୁ ଦେଇସାରିଛି।