ଭାରତକୁ ଝଟ୍‌କା: ମେହୁଲ୍ ଚୋକ୍ସୀ ପ୍ରତ୍ୟର୍ପଣ ଉପରେ ଡୋମିନିକା କୋର୍ଟର ରୋକ୍

ନୂଆଦିଲ୍ଲୀ,ଏଜେନ୍ସି: ଡୋମିନିକାରେ ଧରା ପଡ଼ିଥିବା ପଳାତକ ଭାରତୀୟ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସୀର ଭାରତ ପ୍ରତ୍ୟର୍ପଣ ସମ୍ଭବ ଲାଗୁନାହିଁ। ଏଥିପାଇଁ ଭାରତର ପ୍ରୟାସକୁ ଜୋରଦାର୍ ଝଟ୍‌କା ଲାଗିଛି। ଡୋମିନିକାର ଏକ ନ୍ୟାୟାଳୟ ଚୋକ୍ସୀର ପ୍ରତ୍ୟର୍ପଣ ଉପରେ ରୋକ୍ ଲାଗୁକରିଛି।

ସୂଚନାଯୋଗ୍ୟ ଯେ ୧୪ ହଜାର କୋଟି ଟଙ୍କାର ପିଏନ୍‌ବି ଘୋଟାଲା ଆରୋପୀ ମେହୁଲ୍ ଚୋକ୍ସୀକୁ କ୍ୟୁବା ଯାଉଥିବା ସମୟରେ ଗିରଫ କରାଯାଇଥିଲା। ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ଚୋକ୍ସୀଙ୍କର ଆଣ୍ଟିଗୁଆ ଫେରିବା ନେଇ ସହମତି ହୋଇନଥିଲେ ଓ ସିଧା ତାଙ୍କୁ ଭାରତକୁ ଫେରେଇଦେବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଡୋମିନିକା କୋର୍ଟରେ ଚୋକ୍ସୀଙ୍କ ଓକିଲ ପ୍ରଧାନମନ୍ତ୍ରୀଙ୍କ ଏହି ଅନୁରୋଧକୁ ବିରୋଧ କରିଥିଲେ। ଚୋକ୍ସୀ ଭାରତ ନାଗରିକ ନୁହନ୍ତି। ବନ୍ଦୀ ପ୍ରତ୍ୟକ୍ଷୀକରଣ ମାମଲା ଦାଖଲ କରି ତାଙ୍କୁ ଆଇନ୍‌ଗତ ସହଯୋଗ ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ।

ବର୍ତ୍ତମାନ ଚୋକ୍ସୀ ଡୋମିନିକା ପୁଲିସର ହେପାଜତ୍‌ରେ ଅଛନ୍ତି ଓ ପୁଲିସ ଏହି ମାମଲାରେ ଯାଞ୍ଚ କରୁଛି। ସୂଚନାଯୋଗ୍ୟ ଯେ ଚୋକ୍ସୀ ଓ ନୀରବ ମୋଦୀ ପିଏନ୍‌ବିରୁ ୧୪ ହଜାର କୋଟିର ଘୋଟାଲା କରିଥିଲେ। ନୀରବ ମୋଦୀ ଲଣ୍ଡନ୍ ଜେଲ୍‌ରେ ଭାରତ ପ୍ରତ୍ୟର୍ପଣ ବିରୋଧରେ ମାମଲା ଲଢ଼ୁଛି। ଚୋକ୍ସୀ ୨୦୧୭ରେ ଡୋମିନିକାର ନାଗରିକତ୍ୱ ହାସଲ କରି ସେଠାରେ ରହୁଛି। ଉଭୟଙ୍କ ବିରୋଧରେ ସିବିଆଇ ଯାଞ୍ଚ ଜାରିରହିଛି।