ଘରୋଇ କଳିର କୁପରିଣୀତି: ବୋହୂ ନେଲା ଶ୍ୱଶୁରର ଜୀବନ

ବାରିପଦା,ଏନ୍ଏନ୍ଏସ୍: ଘରୋଇ କଳିରୁ ବୋହୂ ହାତରେ ଶ୍ୱଶୁରଙ୍କ ଜୀବନ ଚାଲିଯାଇଛି। ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳେ ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୬ କାଳୀ ମନ୍ଦିର ସାହିରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କାରଣରୁ ଅଭିଯୁକ୍ତ ବୋହୂ ଜୟନ୍ତୀ ଭୂୟାଁ(୨୭) ତାଙ୍କ ଶ୍ୱଶୁର ବିଜୟ କୁମାର ଆଇଚ(୭୮)ଙ୍କ ସହିତ ପାଟିତୁଣ୍ଡ କରିଥିଲେ। ପରେ ଜୟନ୍ତୀ ବିଜୟଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ତାଙ୍କ ସ୍ୱାମୀ ତଥା ମୃତକଙ୍କ ପୁଅ ଦେବରାଜ ଆଇଚ(୪୮) ଥାନାରେ ଅଭିଯୋଗ କରିଛନ୍ତି। ଆକ୍ରମଣରେ ବିଜୟ ତଳେ ପଡ଼ି ଯାଇଥିଲେ। ଆଉ ପାଖରେ ଥିବା ଏକ ବସ୍ତୁ ମୁଣ୍ଡରେ ବାଜିବାରୁ ମୁଣ୍ଡ ଫାଟିଯାଇଥିଲା। ବିଜୟଙ୍କୁ ତୁରନ୍ତ ସ୍ଥାନୀୟ ପିଆରଏମ ମେଡିକାଲକୁ ନିଆଯାଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅ ଦେବରାଜଙ୍କ ଅଭିଯୋଗକ୍ରମେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଜୟନ୍ତୀଙ୍କୁ ଗିରଫ କରିଥିବା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।