ମେ’ ୨୫ରୁ ଘରୋଇ ବିମାନ ସେବା ଆରମ୍ଭ

ନୂଆଦିଲ୍ଲୀ: ସମଗ୍ର ଦେଶରେ ମେ’ ୨୫ରୁ ଘରୋଇ ବିମାନ ସେବା ଆରମ୍ଭ ହେବ। ବେସାମରିକ ବିମାନ ଉଡ଼ାଣ ମନ୍ତ୍ରୀ ହରଦୀ ସିଂ ପୁରୀ ଟ୍ୱିଟ ଯୋଗେ ଏହି ସୂଚନା ପ୍ରଦାନ କରିଛନ୍ତି। ଲକଡାଉନ ପରଠୁ ସରକାର ବିମାନ ଉଡ଼ାଣ ସେବା ବନ୍ଦ କରିଦେଇଥିଲେ। କିନ୍ତୁ ଏବେ ଲକଡାଉନ ମଧ୍ୟରେ ହିଁ ଏହି ସେବା ଆରମ୍ଭ ହେବାକୁ ଯାଉଥିଲେ ହେଁ ଅନ୍ତରାଷ୍ଟ୍ରୀୟ ଉଡ଼ାଣ ବନ୍ଦ ରହିବ।

ଶ୍ରୀ ପୁରୀ ତାଙ୍କ ଟ୍ୱିଟରେ ବିମାନ ଉଡ଼ାଣ ପାଇଁ ସବୁ ବିମାନବନ୍ଦରକୁ ପ୍ରସ୍ତୁତ ରହିବାକୁ କହିଛନ୍ତି। କିନ୍ତୁ ଯାତ୍ରୀଙ୍କୁ ଏଥିଲାଗି କିଛି ଗାଇଡାଇନ ପାଳନ କରିବାକୁ ପଡ଼ିବ। ଆଉ ମନ୍ତ୍ରଣାଳୟ ତରଫରୁ ଯାତ୍ରୀଙ୍କ ପାଇଁ ଏକ ଭିନ୍ନ ଗାଇଡଲାଇନ ଜାରି କରାଯିବ।