ବ୍ରହ୍ମଗିରି,ଏନ୍ଏନ୍ଏସ୍: ଆଜି ସକାଳ ୫.୩୦ ରୁ ଚିଲିକାରେ ଆରମ୍ଭ ହୋଇଛି ଡ଼ଲଫିନ ଗଣନା କାର୍ଯ୍ୟ। ମୋଟ ୧୮ଟି ଦଳ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ପ୍ରତ୍ୟେକ ଦଳରେ ୫ ଜଣ ଗଣନାକାରୀ ରହିଛନ୍ତି । ବାଲୁଗାଁ ରେଞ୍ଜରୁ ୧୦ଟି ଦଳ ଏବଂ ସାତପଡ଼ା ରେଞ୍ଜରୁ ୮ଟି ଦଳ ଏପରି ମୋଟ ୧୮ ଦଳ ଏହି ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବନବିଭାଗ,ସିଡ଼ିଏ,ଡ଼ଲଫିନ୍ ବିଶେଷଞ୍ଜ ଓ ଓୟୁଏଟି ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି ।
ବାଇନୋକୁଲାର,ଫଟୋଗ୍ରାଫି ଓ ଜିପିଏସ୍ ଟ୍ରାକିଂ ସିଷ୍ଟମରେ ଚାଲିଛି ଗଣନା କାର୍ଯ୍ୟ। ଡ଼ଲଫିନ ଗଣନା ପାଇଁ ଆଜି ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ ରହିବ। ଗତକାଲି ଏହି ଗଣନା କାର୍ଯ୍ୟ ପାଇଁ ସାତପଡ଼ା ସ୍ଥିତ ସି ଡି ଏ କାର୍ଯ୍ୟାଳୟରେ ଏସିଏଫ ଶରତ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଏକ ପ୍ରସ୍ତୁତି ବୈଠକ ବସିଥିଲା।