ଡ଼ିଏମଏଫ ସଂଜୀବନୀ : ରୋଗୀ ସହାୟତାକେନ୍ଦ୍ର ଉଦ୍ଦଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

କେନ୍ଦୁଝର,ଏନ୍ଏନ୍ଏସ୍ : କଟକ ଏସସିବିରେ କେନ୍ଦୁଝର ଜିଲ୍ଲା ରୋଗୀଙ୍କ ନିମନ୍ତେ ଗୁରୁବାର ଦିନ ଆରମ୍ଭ ହେଲା ଡିଏମଏଫ ସଂଜୀବନୀ ରୋଗୀ ସହାୟତା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ଵାରା ଉଦ୍ଘାଟିତ ହୋଇଛି । ଉଦ୍ଘାଟନ ଅବସରରେ କଟକ ଏସସିବିରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ,ଘଷିପୁରା ବିଧାୟକ ବଦ୍ରିନାରାୟନ ପାତ୍ର,ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପାଟଣା ବିଧାୟକ ଜଗନ୍ନାଥ ନାୟକ,ସି ଡ଼ି ଏମ ଓ ଅଶୋକ ଦଶ,ଡୁଡା ପିଡ଼ି ଘାସିରାମ ମୂର୍ମୁ ପ୍ରମୁଖ ଉପସ୍ଥିତ ଥିଲେ । ଏପଟେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଦ୍ଘାଟନର ସିଧା ପ୍ରସାରଣ ସମୟରେ କେନ୍ଦୁଝର ଜିଲ୍ଳା ପରିଷଦ ଅଧାକ୍ଷା କମଳିନୀ ପାତ୍ର, ଜିଲ୍ଲାପାଳ ଆଶିଷ ଠାକରେ, ପିଡ଼ି ଡ଼ଃ ଉଧବ ଚାରଣ ମାଝୀ,ପ୍ରଶାସନିକ ଅଧିକାରୀ,ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

କେନ୍ଦୁଝର ଜିଲ୍ଲାରୁ ଯାଉଥିବା ରୋଗୀଙ୍କୁ କଟକର ଏସସିବି ବଡଡାକ୍ତରଖାନାରେ ସୁବିଧାରେ ସେବା ଯୋଗାଇ ଦେବାକୁ ଜିଲ୍ଲା ସ୍ଵାସ୍ଥ୍ୟ ସମିତି (ଜିଲ୍ଲା ଖଣିଜ ପାଣ୍ଠି ) ସହାୟତାରେ ଆରମ୍ଭ ହୋଇଛି ଏହି ଡି ଏମ ଏଫ ସଂଜୀବନୀ ରୋଗୀ ସହାୟତା କେନ୍ଦ୍ର ‘। ଯାହା ସ୍ୱାସ୍ଥ୍ୟ ସେବାରେ ରୋଗୀମାନଙ୍କୁ ତଥା ତାଙ୍କ ସହାୟକମାନଙ୍କୁ ସାହାଯ୍ୟ କରିବ । ବର୍ଷକୁ ୧.୪ କୋଟି ଟଙ୍କା ଅନୁଦାନରେ ଏସସିବି ପରିସରରେ ଏକ ସହାୟତା କେନ୍ଦ୍ର ତଥା ପରିସର ବାହାରେ ଏକ ଘର ଯେଉଁଠାରେ ରୋଗୀଙ୍କ ଅତିବେଶିରେ ଦୁଇ ଜଣ ସହାୟକ ରହି ପାରିବେ । ଏଥି ନିମନ୍ତେ ସହାୟକଙ୍କ ପାଇଁ ରହଣୀ କେନ୍ଦ୍ରର ମଧ୍ୟ ବ୍ୟବସ୍ଥା କରାଯାଇଛି । କେନ୍ଦୁଝର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ‘ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଓ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରୁ ଅଧିକ ଚିକିତ୍ସା ପାଇଁ ଯେଉଁମାନେ ରେଫର ହୋଇ ଯିବେ ସେହିମାନଙ୍କୁ ଏହି ସୁବିଧା ମିଳିବ ।

କଟକ ବଡଡାକ୍ତରଖାନା ରୋଗୀ ସହାୟତା କେନ୍ଦ୍ରରେ ରୋଗୀଙ୍କ ପଞ୍ଜିକରଣ , ଉପଯୁକ୍ତ ବିଭାଗ ଡାକ୍ତରଙ୍କ ସହ ସମ୍ମନୟ , ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ରୋଗୀ କିପରି ଭଲ ହୋଇ ଘରକୁ ଫେରିବେ ଓ ରୋଗୀସହାୟକ ରହଣୀ କେନ୍ଦ୍ରରେ ରୋଗୀଙ୍କ ଅତିବେଶିରେ ଦୁଇ ଜଣ ସହାୟକ ରାତ୍ରିଯାପନ କରିପାରିବେ । ତାଙ୍କ ଖାଇବା ନିମନ୍ତେ ଦିନକୁ ଦୁଇ ଶହ ଟଙ୍କା ଜଣଙ୍କ ପିଛା ଦିଆଯିବ । ଯାହା ଆଜି ସ୍ୱାସ୍ଥ୍ୟ କ୍ଷେତ୍ରରେ ଡି ଏମ ଏଫ କେନ୍ଦୁଝରର ଏକ ଅଭିନବ ପ୍ରୟାସ ବୋଲି ଜିଲ୍ଲାପାଳ କହିଛନ୍ତି ।