ଦେବଗଡ଼ରେ ଦୀପାବଳୀର ଭ୍ରମ

ଦେବଗଡ଼,ଏନ୍ଏନ୍ଏସ୍: କରୋନା ମୁକାବିଲା ପାଇଁ ଜନସାଧାରଣଙ୍କ ଏକତା ପ୍ରଦର୍ଶନ ସହ ମନୋବଳକୁ ଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ସାରା ଦେଶରେ ଜନସାଧାରଣ ଆଲୋକ ପର୍ବ ପାଳନ କରିଛନ୍ତି। ଏହି କ୍ରମରେ ଆଜି ଦେବଗଡ଼ ଜିଲ୍ଲାରେ ମଧ୍ୟ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଜନସାଧାରଣ ଏହି ଆଲୋକ ପର୍ବ ପାଳନ କରିଥିବା ଜଣାପଡିଛି।

ଦେଶରେ କରୋନା ସଂକ୍ରମଣ ରୋକିବା ନେଇ ନିଜ ଜୀବନକୁ ବାଜି ଲଗାଇ ଅହୋରହ କାର୍ଯ୍ୟ କରୁଥିବା ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପୁଲିସ ଓ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଦେଶର ଜନସାଧାରଣ ଦେଶ ପ୍ରତି ଏକତା ପ୍ରଦର୍ଶନ ଉଦେଶ୍ୟରେ ପ୍ରତ୍ୟେକ ପରିବାର ସଦସ୍ୟ ମାନେଠିକ ରାତି ୯ଟାରେ ନିଜ ନିଜ ଘରର ବିଜୁଳି ଆଲୁଅକୁ ବନ୍ଦ କରି ନିଜ ଘର ସମ୍ମୁଖରେ ଏବଂ ବାଲକୋନୀ ଉପରୁ ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ କେହି କେହି ମୋବାଇଲ ଫୋନର ଆଲୁଅ ଜାଳି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ପ୍ରତିଫଳିତ କରିଥିଲେ।

 

ଏଥିସହ ଅନେକ ସ୍ଥାନରେ ଶଙ୍ଖ ଓ ହୁଳହୁଳୀଳି ଦେଉଥିବା ଦେଖା ଯାଇଥିଲା। ଫଳରେ ସାରା ଜିଲ୍ଲାରେ ୯ ମିନିଟ ପର୍ଯ୍ୟନ୍ତ ଦୀପାବଳିର ଭ୍ରମ ସୃଷ୍ଟି ହୋଇଥିଲା।