ଜିଲ୍ଲାସ୍ତରୀୟ ସରପଞ୍ଚ ସଂଘ ନିର୍ବାଚନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲାସ୍ତରୀୟ ସରପଞ୍ଚ ସଂଘ ନିର୍ବାଚନ ସ୍ଥାନୀୟ ଭତରା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସରପଞ୍ଚ ସଂଘ ସଭାପତି ଭାବରେ ବରିଷ୍ଠ ସରପଞ୍ଚ ଜଳନ୍ଧର ମାଝୀ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ପାତ୍ରୀ ପଞ୍ଚାୟତର ସରପଞ୍ଚ ଭଗବତୀ ଭତରା ମନୋନୀତ ହୋଇଥିବାବେଳେ କୃଷ୍ଣ ଚନ୍ଦ୍ର ଭତରା ସମ୍ପାଦକ, ଜଗନଜୀବନ ନାୟକ ଯୁଗ୍ମ ସମ୍ପାଦକ ଓ କିଶୋର ନାୟକଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରଯାଇଛି । ଉପଦେଷ୍ଟା ଭାବେ ଦିବାକର ପୁଜାରୀ, ମନୁରାମ ମାଝୀ, ନନ୍ଦଳାଲ ମାଝୀ, ଶିବାନନ୍ଦ ପ୍ରଧାନୀ, ଦୟକ୍ଷରାମ ପୁଜାରୀ, ଗୋମତୀ ବଞ୍ଜର, ଚୈତି ଜାନୀ, ହଳଧର ଝାଙ୍କର ଓ ବବିତା ମାଝୀଙ୍କୁ ମନୋନୀତ କରାଯାଇ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ବ୍ଲକ ସରପଞ୍ଚ ସଂଘ ସଭାପତି କୃଷ୍ଣ ଚନ୍ଦ୍ର ଭତରା, ତେନ୍ତୁଲିଖୁଣ୍ଟିର ମଦନ ମୋହନ ଦଳପତି, ନନ୍ଦାହଣ୍ଡିର ଅମି ଦିଶାରି, କୋଷକ୍ଷଗୁମୁଡ଼ାର ଡାଳିମ ମାଝୀ, ପାପଡ଼ାହାଣ୍ଡିର ଚନ୍ଦ୍ରଶେଖର ମାଝୀ, ଡାବୁଗାଁର ଦୟାରାମ ମାଝୀ, ଉମରକୋଟର ଜଗଦୀଶ ଗଣ୍ଡ, ଝରିଗାଁ ମୋହନ ନାୟକ, ରାଇଘର ଲମ୍ବୋଦର ମାଝୀ ଓ ଚନ୍ଦାହାଣ୍ଡି ଗଙ୍ଗେଶ୍ୱରୀ ପୁଜାରୀ ପ୍ରମୁଖ ବ୍ଲକ ସରପଞ୍ଚ ସଂଘ ସଭାପତି ଅଂଶଗ୍ରହଣ କରିଥିଲେ । ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲିଙ୍ଗରାଜ ଭତରାଙ୍କ ସଭାପତିତ୍ୱରେ ପ୍ରାରମ୍ଭରେ ଏକ ସାଧାରଣ ସଭା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଞ୍ଚାୟତକୁ ଆସୁଥିବା ସମସ୍ତ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲ । ପ୍ରତି ୩ ମାସରେ ଥରେ ସଂଘ ବୈଠକ ବସିବ ବୋଲି ସ୍ଥିର ହୋଇଥଲା । ଜିଲ୍ଲାର ୧୮୯ ପଞ୍ଚାୟତରୁ ପ୍ରାୟ ଶତାଧିକ ସରପଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।