ଜିଲ୍ଲା ଓକିଲ ସଙ୍ଘର ନିର୍ବାଚନ: ସଭାପତି ଭାବେ ସଚ୍ଚିକାନ୍ତ ଦାଶ ଓ ସମ୍ପାଦକ ଭାବେ ତରଣିକାନ୍ତ ଦାଶ ନିର୍ବାଚିତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ଓକିଲ ସଙ୍ଘର ନିର୍ବାଚନ ତଥା କର୍ମକର୍ତ୍ତା ମନୋନୟନ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା ନ୍ୟାୟଳୟ ପରିସରରେ ଥିବା ଓକିଲ ସଙ୍ଘ କାର୍ଯ୍ୟାଳୟ ଠାରେ ସଙ୍ଘ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀବତ୍ସ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ମତଦାନ କାର୍ଯ୍ୟକ୍ରମରେ ସଙ୍ଘର ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ। ସଙ୍ଘର ସଭାପତି ପଦ ପାଇଁ ଆଇନଜୀବୀ ପ୍ରମଥେଶ ଗୁରୁ ଓ ସଚ୍ଚିକାନ୍ତ ଦାଶଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ୪୭-୩୬ ଭୋଟ ବ୍ୟବଧାନରେ ସଚ୍ଚିକାନ୍ତ ପ୍ରମଥେଶ ଗୁରୁଙ୍କ ପରାସ୍ତ କରି ବିଜୟୀ ହୋଇଥିଲେ।

ସେହିପରି ଉପ ସଭାପତି ଭାବେ ସୁଶାନ୍ତ କୁମାର ବିଶ୍ୱାଳ, ସମ୍ପାଦକ ଭାବେ ତରଣିକାନ୍ତ ଦାଶ, ସହ ସମ୍ପାଦକ ଭାବେ କ୍ଷେତ୍ରବାସୀ ମେହେର ଓ କୋଷାଧକ୍ଷ ଭାବେ ରାଜକିଶୋର ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ପିଙ୍କିରାଣୀ ନନ୍ଦ, ସରୋଜ କୁମାର ପାତ୍ର, ଟିକେଶ୍ୱର ଧଳ, ବିରେନ କୁମାର ପ୍ରଧାନ, ଶୈଳେନ୍ଦ୍ର କୁମାର ସାହୁ ଓ ସିଦ୍ଧେଶ୍ବର ଗୁରୁଙ୍କ ମନୋନୀତ କରାଯାଇଥିଲା। ଶେଷରେ ବରିଷ୍ଠ ଆଇନଜୀବୀ ଜୟ ଭଗବାନ ଅଗ୍ରୱାଲ ନବ ନିର୍ବାଚିତ ସଦସ୍ୟଙ୍କ ନାମ ଘୋଷଣା କରିଥିଲେ।