ବଲାଙ୍ଗିର,ଏନ୍ଏନ୍ଏସ୍: ଲକଡାଉନ ଯୋଗୁଁ ବିଶେଷ ଭାବେ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା କଳାକାରମାନଙ୍କୁ ସାଂସ୍କୃତିକ ଅନୁଷ୍ଠାନ ଢୋଲ ମୁହୁରୀ କଳା ପରିଷଦ ତରଫରୁ ସହାୟତା ବଣ୍ଟନ କରାଯାଇଛି। ଅନୁଷ୍ଠାନର ନିର୍ଦ୍ଧେଶକ ତଥା ସଂସ୍କୃତି ଗବେଷକ ନୀଳାଞ୍ଚଳ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଳାକାରମାନଙ୍କୁ ଏହି ସହାୟତା ବଣ୍ଟନ କରାଯାଇଥିଲା। ୩ ମାସର ସହାୟତା ୪୫ ଜଣ କଳାକାରଙ୍କୁ ବଣ୍ଟନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କଳାକାରମାନଙ୍କୁ ଚାଉଳ, ଡାଲି, ତେଲ, ଲୁଣ, ସାବୁନ, ସାନିଟାଇଜର, ମାସ୍କ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ମଞ୍ଜୁର ସାଂସ୍କୃତିକ ପାଣ୍ଠି ଓ ଅନୁଷ୍ଠାନର ବ୍ୟକ୍ତିଗତ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯାଇଛି। ସହାୟତା ପ୍ରଦାନ ସମୟରେ ଅନୁଷ୍ଠାନର ଜପ ମୁଗ୍ରୀ, ସୁରେନ୍ଦ୍ର ଗରୁଡ ଓ ବାସନ୍ତୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।