ଜିଲ୍ଲାପାଳଙ୍କ ଦ୍ୱାରା ଦିବ୍ୟାଙ୍ଗ ସାଧନ କେନ୍ଦ୍ର ଉଦଘାଟିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଗୋଷ୍ଠୀ ଶିକ୍ଷାଧିକାରୀ ଓ ଅନ୍ତର୍ନିବେଶି ଶିକ୍ଷା ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହେବାସହ ଜିଲ୍ଲା ଦିବ୍ୟାଙ୍ଗ ସାଧନ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷିତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି । ସମ୍ମାନିତ ଅତିଥିଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଯୋଗଦେଇ ଦିବ୍ୟାଙ୍ଗମାନେ ଆଗକୁ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅନ୍ତର୍ନିିବେଶି ଶିକ୍ଷା ସଂଯୋଜକ ଜଗଦାନନ୍ଦ ସୁନାରି, ଜିଲ୍ଲା ଯୋଜନା ସଂଯୋଜକ ସମଗ୍ର ଶିକ୍ଷା ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ, ଏବିଇଓ ଜଗବନ୍ଧୁ ସୌରା, ପୁଷ୍ପା ମହାନ୍ତି ଓ ନମିତା ଘଡ଼େଇ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ଲଳିତ କୁମାର ଦାଶ ଓ ସମସ୍ତ ସିଆରସିସି ପରିଚାଳନା କରିଥିଲେ । କୃତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ ।