ଦୀପାଲିଙ୍କୁ ଆଉ ଏକ ସ୍ୱର୍ଣ୍ଣ

ନୟାଗଡ,ଏନ୍ଏନ୍ଏସ୍ ପୁଣି ଚମକିଲେ ଦୀପାଲି । ଶନିବାର ୨୦ ବର୍ଷରୁ କମ୍ ଶହେ ମିଟର ଦୌଡ଼ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ରବିବାର ୨୦୦ ମିଟରରେ ପ୍ରଥମ ସ୍ଥାନ ଅଧିକାର କରି ପୁଣି ସ୍ଵର୍ଣ ଜିତିଛନ୍ତି । ନୟାଗଡ଼ ପାଇଁ ଦୀପାଲି ମହାପାତ୍ର ପୁଣି ଆଣିଦେଇଛନ୍ତି ଗର୍ବ ! ଝାଡଖଣ୍ଡ ରାଞ୍ଚିରେ ଅନୁଷ୍ଠିତ ୩୧ତମ ପୂର୍ବାଞ୍ଚଳ କ୍ରୀଡ଼ାରେ ଖେଳାଯାଇଥିବା ଏହି ପ୍ରତିଯୋଗିତା ରେ ସେ ପୁରା ପୂର୍ବାଞ୍ଚଳରେ ଏହି ଦୁଇଟି ପ୍ରତିଯୋଗିତାରେ ଏକ ନମ୍ବର ସ୍ଥାନ ଅଧିକାର କରଛନ୍ତି । ଏପରି କରିବାରେ ସେ ହେଉଛନ୍ତି ନୟାଗଡ଼ର ପ୍ରଥମ ଝିଅ । ପୂର୍ବରୁ ମଧ୍ୟ ଦୀପାଲି ଅନେକ ପଦକ ଜିତିଛନ୍ତି।