ଦୁଇଟି ଦୋକାନରୁ ଚୋରି

ଝାରସୁଗୁଡ଼ା,ବ୍ରଜରାଜନଗର,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଦୁଇଟି ଦୋକାନରୁ ଚୋରି ହୋଇଥିବା ବ୍ରଜରାଜନଗର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ରାଜୁ ଦାଶଙ୍କ ବାଇକ୍ ପାର୍ଟସ ଦୋକାନରୁ ତାଲା ଭାଙ୍ଗି ଟାୟାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବାବେଳେ ଦୀପକ ମହାନ୍ତିଙ୍କ ମୋବାଇଲ ଦୋକାନରୁ କମ୍ପୁଟର, ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଛି। ଏହାପରେ ବ୍ରଜରାଜନଗର ଥାନା ଅଧିକାରୀ ଲଳିତା ମୋଦି ଓ ପୁଲିସ ଦଳ ଘଟଣାସ୍ଥଳକୁ ପହଞ୍ଚି ତଦାରଖ କରିବାସହ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରକାଶଯୋଗ୍ୟ ଯେ, ଗତ ୩ ତାରିଖ ଦିନ ବିଳମ୍ବିତ ରାତିରେ ବ୍ରଜରାଜନଗରର ଅଣ୍ଡା ଛକରେ ୬ ଟି ଦୋକାନରୁ ଚୋରି ହୋଇଥିଲା। ପୁଲସ ଏହି ଚୋରମାନଙ୍କୁ ଧରିବାରେ ଆଜିଯାଏ ସଫଳ ହୋଇ ନଥିବାବେଳେ ପୁଣି ୨ଟି ଦୋକାନରୁ ଚୋରି ହେବା ପୁଲିସର ମୁଣ୍ଡ ବ୍ୟଥାର କାରଣ ହୋଇଛି।