ଢେଙ୍କାନାଳରେ ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘରକୁ ବୋମାମାଡ଼

ଢେଙ୍କାନାଳରେ,ଏନ୍ଏନ୍ଏସ୍: ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଉପରକୁ ବୋମାମାଡ଼ ହେବାର ଖବର ଆସିଛି। ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥବା ସୂଚନା ମିଳିଛି । ବୋମାମାଡ଼ କରି ଦୃର୍ବୃତ୍ତ ଫେରାର ହୋଇଯାଇଥିଲେ । ଖବର ପାଇ ଢେଙ୍କାନାଳ ଟାଉନଥାନା ପୋଲିସର ଜୟନ୍ତୀଙ୍କ ଘରେ ପହଁଞ୍ଚି ଛାନଭିନ ଆରମ୍ଭ କରିଛି।

ନବ ନିର୍ବାଚିତ ବିଜେପି ନେତାଙ୍କ ଘରକୁ ଦୃର୍ବୃତ୍ତମାନେ ଦ୍ୱିତୀୟ ଥର ଟାର୍ଗେଟ କରିଛନ୍ତି। ମାର୍ଚ୍ଚ ୩୦ ରେ ଜୟନ୍ତୀ ଅଭିଯୋଗ କରିଥିଲେ ଯେ ତାଙ୍କ ଘର ସମ୍ମୁଖରେ ଗୁଳି ଚାଳନା କରାଯାଇଥିଲା ଏବଂ ତାଙ୍କୁ ମୃତ୍ୟୁ ଧମକ ଦିଆଯାଇଥିଲା। ଏହା ପରେ ସେ ଶାସକ ବିଜେଡିର କର୍ମକର୍ତ୍ତା ଗୁଳି ଚଳାଇବା ସହ ମୃତ୍ୟୁ ଧମକ ଦେଇଥିବାର ଅଭିଯୋଗ କରିଥିଲେ।

ଗତକାଲିର ଘଟଣା ପରେ ସେ କହିଛନ୍ତି ଯେ “ଆମେ ଶୋଇଥିଲୁ ଯେତେବେଳେ କିଛି ଦୃର୍ବୃତ୍ତମାନେ ମୋ ଘରର ମୁଖ୍ୟ ଫାଟକ ନିକଟରେ ବୋମା ଫିଙ୍ଗିଥିଲେ। ସିସିଟିଭିରୁ ଆମେ ଜାଣିଲୁ ଯେ ଘଟଣାଟି ପ୍ରାୟ ୧:୪୦ ସମୟରେ ଘଟିଛି। ଏହି ବିସ୍ଫୋରଣ ପଛରେ ଆମର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ବୋଲି ଜୟନ୍ତୀ କହିଛନ୍ତି।

ଜୟନ୍ତୀ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ଓଡିଶା ପୋଲିସ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ଜୟନ୍ତୀଙ୍କ ସ୍ୱାମୀ ରାମ ପାତ୍ର କହିଛନ୍ତି, “ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇ ବୋମାର କିଛି ଅବଶିଷ୍ଟାଂଶ ସଂଗ୍ରହ କରିଛନ୍ତି। ବୋମା ବିସ୍ଫୋରଣରେ ଫାଟକ ଏବଂ କିଛି ଗାଡି ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ”

ସେ ଆହୁରି ମଧ୍ୟ କହିଛନ୍ତି, “ଏକ ଗୁଳି ବିନିମୟ ହୋଇଥିଲା ଏବଂ ବର୍ତ୍ତମାନ ବୋମା ବିସ୍ଫୋରଣ ହେଉଛି। ଏଭଳି ଘଟଣା ଆମକୁ ଆତଙ୍କିତ କରିବା ପାଇଁ ଉଦ୍ଦିଷ୍ଟ। ଆମର ପ୍ରତିଦ୍ୱନ୍ଦୀମାନେ ଏପରି କୌଶଳ ଅବଲମ୍ବନ କରୁଛନ୍ତି କାରଣ ସେମାନେ ଭ୍ରଷ୍ଟାଚାର ପ୍ରକାଶ ପାଇବ ବୋଲି ଭୟ କରୁଛନ୍ତି, କିନ୍ତୁ ଆମେ ଏଭଳି ଘଟଣାକୁ ଭୟ କରୁନାହୁଁ।”