Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପଶ୍ଚିମବଙ୍ଗରେ ତୈଳ ଓ ଗ୍ୟାସ ପ୍ରକଳ୍ପର ସମୀକ୍ଷା, ଊର୍ଜାର ନୂଆ ପ୍ରବେଶ ଦ୍ୱାରହେବ ପୂର୍ବ ଭାରତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପଶ୍ଚିମବଙ୍ଗରେ ତୈଳ ଓ ଗ୍ୟାସ ପ୍ରକଳ୍ପର ସମୀକ୍ଷା, ଊର୍ଜାର ନୂଆ ପ୍ରବେଶ ଦ୍ୱାରହେବ ପୂର୍ବ ଭାରତ

ପଶ୍ଚିମବଙ୍ଗ/ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଉତ୍ତର ପଶ୍ଚିମ ସମେତ ପୂର୍ବ ଭାରତ ଆଗାମୀ ଦିନରେ ଊର୍ଜା କ୍ଷେତ୍ରର ନୂଆ ପ୍ରବେଶ ଦ୍ୱାର ହେବାକୁ ଯାଉଛି। ପ୍ରାକୃତିକ ଗ୍ୟାସ, ସିବିଜି, ସିବିଏମ, ସିଜିଡି, ସିନଗ୍ୟାସ ଏବଂ ଏଲଏନଜିର ସମ୍ଭାବନା ପୂର୍ବାଞ୍ଚଳର ବିକାଶରେ ଗେମଚେଞ୍ଜର ହେବ ବୋଲି ୩ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଗସ୍ତର ଦ୍ୱିତୀୟ ଦିନରେ ଶ୍ରୀ ପ୍ରଧାନ ହଳଦିଆ ଠାରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ତରୁଣ କାପୁରଙ୍କ ସହ ବିଭାଗୀୟ ଶିଳ୍ପ ଅଧିକାରୀଙ୍କ ସହ ପଶ୍ଚିମବଙ୍ଗରେ ଇଣ୍ଡିଆନ ଅଏଲ, ବିପିସିଏଲ, ଏଚପିସିଏଲ ଏବଂ ଗେଲ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ତୈଳ ଓ ଗ୍ୟାସ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଆଲୋଚନା କାଳରେ ଶ୍ରୀ ପ୍ରଧାନ ତୈଳ ଓ ଗ୍ୟାସ ଶିଳ୍ପର ଅଧିକାରୀଙ୍କ ମନୋବଳ ବୃଦ୍ଧି କରିବା ସହ ନୂଆ ଚିନ୍ତାଧାରା ଏବଂ ଯୋଜନାର ରୂପରେଖ ପ୍ରସ୍ତୁତ କରି ବିକଳ୍ପ ଊର୍ଜା ସୃଷ୍ଟିପାଇଁ କହିଥିଲେ। ଏହାସହ ବର୍ତ୍ତମାନ କ୍ରିୟାନ୍ୱିତ ହେଉଥିବା ଇଥାନଲ ଉତ୍ପାଦନରେ ବୃଦ୍ଧି, ବାୟୋମାସକୁ ଗୁରୁତ୍ୱ ଓ ସିବିଜି ପ୍ଲାଂଟ୍ ପ୍ରତିଷ୍ଠାକୁ ସଦୃଢ଼ କରିବା ଦିଗରେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ।

ସେ କହିଛନ୍ତି ଦେଶର ଉର୍ଜା କ୍ଷେତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ଏକ ଚାବିକାଠି। ଏହାସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଅର୍ଥନୀତିକୁ ଗତି ଦେବା ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରମୁଖ ପ୍ରକଳ୍ପ ଗୁଡିକର କାର୍ଯ୍ୟକ୍ଷମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହାସହ ଇଣ୍ଡିଆନ ଅଏଲର ବିଶ୍ୱମାନର ଲ୍ୟୁବ୍ ଅଏଲ ବେସ୍ ଷ୍ଟୋକ ହଳଦିଆ ରିଫାଇନାରୀ କମ୍ପଲେକ୍ସ ପରିଦର୍ଶନ କରିବା ସହ ରିଫାଇନାରୀର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ବାର୍ଷିକ ୮ ମିଲିୟନ ମେଟ୍ରିକ୍ ଟନ କ୍ଷମତା ବିଶିଷ୍ଟ ହଳଦିଆ ରିଫାଇନାରୀ ପୂର୍ବ ଭାରତରେ ପେଟ୍ରୋଲିୟମ ଉତ୍ପାଦ ଯୋଗାଣ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେବ। ଦେଶର ଉର୍ଜା ସୁରକ୍ଷା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମନିର୍ଭର ଭାରତକୁ ମଜଭୁତ୍ କରିବାରେ ସହାୟକ ହେବ। ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ହଳିଦିଆ ଠାରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ସଡ଼କ ପରିବହନ ବିଭାଗର ମୋଟ୍ ୪ ହଜାର ୭୦୦ କୋଟିରୁ ଉଦ୍ଧ୍ୱର୍ ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ୩୪୭ କିଲୋମିଟର ଲମ୍ବ ଧୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନ, ଭାରତ ପେଟ୍ରୋଲିୟମ କର୍ପୋରେସନ(ବିପିସିଏଲ) ଦ୍ୱାରା ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲ, ଜାତୀୟ ରାଜପଥ- ୪୧ର ହଳଦିଆର ରାଣୀଛକ ଠାରେ ୪ ଲେନ୍ ବିଶିଷ୍ଟ ଆରଓବି-କମ୍-ଫ୍ଲାଏ ଓଭରର ଲୋକାର୍ପଣ କରିବା ସହ ଭାରତୀୟ ତୈଳ ନିଗମର(ଆଇଓସିଏଲ) ହଳଦିଆ ରିଫାଇନାରୀର ଦ୍ୱିତୀୟ କାଟାଲିଟିକ୍ ଡ଼ିୱାକ୍ସିଂ ୟୁନିଟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।