ଧର୍ମଶାଳା ବିଜେପିକୁ ବଡ ଝଟ୍‌କା, ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ରମେଶ ଚନ୍ଦ୍ର ପରିଡା

ଯାଜପୁର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ଧର୍ମଶାଳା ବିଜେପିକୁ ବଡ ଝଟକା। ଧର୍ମଶାଳାରୁ ତିନି ତିନି ଥର ପ୍ରାର୍ଥୀ ହୋଇଥିବା ରମେଶ ଚନ୍ଦ୍ର ପରିଡା ଓ ତାଙ୍କର ୧୧ ଜଣ ସମର୍ଥକ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରମେଶ ଧର୍ମଶାଳା ବ୍ଲକ୍ ଅଧ୍ୟକ୍ଷ ଭାବେ ଧର୍ମଶାଳା ବିଜେଡିରୁ ରାଜନୀତି ଆରମ୍ଭ କରିଥିବା ବେଳେ ପରେ ବିଜେପିରେ ମିଶି ଧର୍ମଶାଳାରୁ ତିନି ଥର ବିଧାୟକ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କଂଗ୍ରେସରୁ ଆସି ସ୍ମୃତିରେଖା ବିଜେପିରେ ମିଶିବା ପରେ ଅସନ୍ତୋଷ ଥିଲେ ରମେଶ। ଫଳରେ ସେ ଓ ତାଙ୍କର ସମର୍ଥକମାନେ ଦଳ ଛାଡିଥିବା ଜଣାପଡିଛି।