ଧାମରା ଡଙ୍ଗା ବୁଡ଼ି ୧୧ ନିଖୋଜ, ସନ୍ଧାନ କାର୍ଯ୍ୟ ଜାରି

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲାର ଧାମରାରେ ଡଙ୍ଗା ବୁଡିଯିବା ଫଳରେ ୧୧ଜଣ ମତ୍ସ୍ୟଜୀବୀ ପାଣିରେ ବୁଡ଼ିଯାଇଥିବାର ଜଣାଯାଇଛି। ତେବେ ବାତ୍ୟା ବୁଲବୁଲ ପାଇଁ ପୂର୍ବରୁ ସମୁଦ୍ରରେ ରେଡ ୱାର୍ଣ୍ଣି ଜାରି କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇଥିବାବେଳେ ସେଠାରେ ଡଙ୍ଗାଟି ବୁଡିଯାଇଥିଲା। ଫଳରେ କେତେକ ମତ୍ସ୍ୟଜୀବୀ ପହଁରି ପହଁରି କାଳି ଭଞ୍ଜିଆ ଜଙ୍ଗଲରେ ପହଞ୍ଚିଥିଲେ।

ସେଠାରେ ପାଣି ମାଡ଼ି ଯିବାରୁ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ଜଣାଯାଇଛି। ଉକ୍ତ ମତ୍ସ୍ୟଜୀବୀଙ୍କୁ ଠାବ କରି ସୁରକ୍ଷିତ ସ୍ଥାନକୁ ଆଣାଯିବା ପାଇଁ ପ୍ରତିରକ୍ଷା ବିଭାଗର ଟକ୍ ବୋଟ୍ ଏବଂ ମତ୍ସ୍ୟ ବିଭାଗର ଏକ ବୋଟ୍ ଚେଷ୍ଟା କରୁଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ ଓଡ଼ିଶା ଉପକୂଳ ଦେଇ ଭୟଙ୍କର ବାତ୍ୟା ବୁଲବୁଲ ଗତି କରୁଥିବା ଯୋଗୁଁ ଏହାର ପ୍ରଭାବରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି । ବିଶେଷ କରି ଭଦ୍ରକର ଧାମରାରେ ବର୍ଷାର ପରିମାଣ ବୃଦ୍ଧି ପାଇଛି । ଏଥି ସହିତ ଜିଲ୍ଲାରେ ଘଣ୍ଟାକୁ ୮୦ରୁ ୯୦କିଲୋମିଟର ଯାଏଁ ପବନ ବହୁଛି।