ଦେବେନ୍ଦ୍ର ଫଡ୍‌ନାଭିସ୍ କୋଭିଡ୍ ଆକ୍ରାନ୍ତ

ନୂଆଦିଲ୍ଲୀ,ଏଜେନ୍ସି: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିବା ଦେବେନ୍ଦ୍ର ଫଡ୍‌ନାଭିସ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଲକ୍‌ଡାଉନ୍ ଆରମ୍ଭ ହେବା ଦିନଠାରୁ କାମ କରି ଚାଲିଛି । ହେଲେ ମୁଁ କିଛି ଦିନ ପାଇଁ କାମରୁ ଛୁଟି ପାଏ ବୋଲି ବୋଧହୁଏ ଭଗବାନ ଚାହୁଁଛନ୍ତି । ବର୍ତ୍ତମାନ ଆଇସୋଲେସନ୍‌ରେ ରହି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସିତ ହେଉଛି ବୋଲି ଟ୍ୱିଟ୍ କରି ଦେବେନ୍ଦ୍ର ଫଡ୍‌ନାଭିସ୍ ସୂଚନା ଦେଇଛନ୍ତି । ଏହାଛଡ଼ା ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ ସେ କୋଭିଡ୍ ଟେଷ୍ଟ କରାଇବାକୁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଆଗାମୀ ୨୮ରୁ ଆରମ୍ଭ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପାଇଁ ଚଳିତବର୍ଷ ସେପ୍ଟେମ୍ବରରେ ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କୁ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା । ତେଣୁ ସେ କୋଭିଡ୍ ଆକ୍ରାନ୍ତ ହେବା ବିଜେପିକୁ ଏକ ଶକ୍ତଧକ୍କା ବୋଲି କୁହାଯାଇପାରେ । ଦେବେନ୍ଦ୍ରଙ୍କ ପୂର୍ବରୁ ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ ମୋଦୀ, ଦଳର ଦୁଇଜଣ ବରିଷ୍ଠ ନେତା ଶାହନବାଜ ହୁସେନ୍ ଏବଂ ରାଜୀବ ପ୍ରତାପ ରୁଡି ମଧ୍ୟ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଥିଲା ।