ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ଥାନା ଲୁହୁରେନପାଲି ଗ୍ରାମର ଜୈନିକ ୩୫ ବର୍ଷୀୟ ମହିଳା ନିଜର ଅଢେଇ ବର୍ଷର ପୁଅକୁ ଧରି ଚମ୍ପଟ ମାରିଥିବା ନେଇ ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଲିଙ୍ଗରାଜ ଜାଲ ଦେଓଗାଁ ଥାନା ର ଦ୍ୱାରସ୍ଥ ହୋଇ ଲିଖିତ ଭାବେ ଏସମ୍ପର୍କରେ ଅଭିଯୋଗ କରିଛନ୍ତି। ସେ ବିଲକୁ କାମ କରିବାକୁ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଘରେ ଏକୁଟିଆ ଥିଲେ। ପୁଅକୁ ଧରି ନିକଟସ୍ଥ ପୋଖରୀକୁ ଗାଧୋଇ ଯାଇ ଆଉ ଘରକୁ ଫେରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।