ଡୁଙ୍ଗୁରିପାଲି ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କଲେ ଉପ-ଜିଲ୍ଲାପାଳ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ଡୁଙ୍ଗୁରିପାଲି ପଞ୍ଚାୟତକୁ ଆଜି ଟିଟିଲାଗଡ଼ ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନ ଆସି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପେନସନ, ରାସନ, ମନରେଗା ଓ ବିଭିନ୍ନ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ସେ ସମ୍ପର୍କରେ ଡୁଙ୍ଗୁରିପାଲି କାର୍ଯ୍ୟଳୟରେ ସରପଞ୍ଚ ଗଜପତି ସାହୁଙ୍କୁ ସହ ଆଲୋଚନା କରିଥିଲେ।

ଏହି ସମୟରେ ବିଡିଓ ଚନ୍ଦ୍ରମଣି ନାଗ, ସରପଞ୍ଚ ଗଜପତି ସାହୁ, ଜିପିଓ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମକାନ୍ତ ପାଣିଗ୍ରାହୀ, ଜିଆରଏସ ସରୋଜ ସାହୁ, ଯୋଗାଣ ସହାୟକ ପଦ୍ମଲୋଚନ ବାଗ, କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରିୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପରେ ପଞ୍ଚାୟତ ନିକଟରେ ଥିବା ତେଣ୍ଡିପାଲିରେ ଗିରିଗୋବର୍ଦ୍ଧନ ଉଦ୍ୟାନକୁ ଆସି ତଦାରଖ କରିଥିଲେ ଏବଂ ଖୁବ ସୁନ୍ଦର ଏକ ପାର୍କ ନିର୍ମାଣ କରାଯାଇଛି ବୋଲି ପ୍ରଶଂସା କରିଥିଲେ। ଏହି ପାର୍କକୁ ପଞ୍ଚାୟତକୁ ହସ୍ତାନ୍ତର କଲେ କିଛି ରୋଜଗାର ହୋଇ ପାରିବ ବୋଲି ଶ୍ରୀଯୁକ୍ତ ଉପଜିଲ୍ଲାପାଳ ମହାଜନ କହିଥିଲେ।