ନିଜ ହକରୁ ବଞ୍ଚିତ ହୋଇ ବିଡ଼ିଓଙ୍କ ପାଦ ତଳେ ପଡିଲେ ମହିଳା

ଯାଜପୁର,ଏନ୍ଏନ୍ଏସ୍: ନିଜ ହକରୁ ବଞ୍ଚିତ ହୋଇଥିବା ଜଣେ ମହିଳା ଆଜି ବିଡ଼ିଓଙ୍କ ଗୋଡ଼ତଳେ ପଡିଥିବା ଏକ ଭିଡିଓ ଏବେ ଖୁବ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ବ୍ଲକ ବାଲିବିଲି ପଞ୍ଚାୟତର ଜଣେ ମହିଳା ନିଜର ଚାଉଳ ଆଣିବାକୁ ଡିଲରଙ୍କ ପାଖକୁ ଯାଇଥିଲେ। ହେଲେ ଡିଲର ମହିଳାଙ୍କ କୋଟାରୁ ୫ କେଜି ଚାଉଳ କମ ଦେଇଥିବା ନେଇ ମହିଳା ଜଣକ ଅଭିଯୋଗ ଆଣିଛନ୍ତି।

ଏହାର ପ୍ରତିବାଦ କରିବାରୁ ତାଙ୍କୁ ଡିଲର ଜଣଙ୍କ ଗାଳି ଗୁଲଜ କରିବା ସହିତ ମାଡ଼ ମାରିଥିବା ନେଇ ମହିଳା ଅଭିଯୋଗ କରିଛନ୍ତି। ଏନେଇ ମହିଳା ଜଣକ ସ୍ଥାନୀୟ ବିଡ଼ିଓଙ୍କ ନିକଟକୁ ଯାଇ ନିଜ ହକ ପାଇଁ ସେ ବିଡ଼ିଓଙ୍କ ଗୋଡ଼ତଳେ ମଧ୍ୟ ପଡି ଯାଇଥିଲେ। ଏହି ସମୟରେ ସ୍ଥାନୀୟ ଲୋକମାନେ ମଧ୍ୟ ସେଠାରେ ରହି ମହିଳା ଜଣଙ୍କୁ ସମର୍ଥନ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଡିଲର କିମ୍ବା ବିଡ଼ିଓଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିିଁ।