ଦେବଗଡ଼,ଏନ୍ଏନ୍ଏସ୍: ଦଳରେ ରହି ଦଳ ପ୍ରତି ଆନ୍ତର୍ଘାତି କାର୍ଯ୍ୟ କରିବା ପଡିଲା ମହଙ୍ଗା। ଦଳ ବିରୋଧୀ କାର୍ଯ୍ୟ ପାଇଁ ଦେବଗଡ଼ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅମିତ ରଞ୍ଜିତଙ୍କୁ ଦଳର ପ୍ରାଥମିକ ସଦସ୍ୟରୁ ନିଲମ୍ବନ କଲେ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା। ଲେଖୋ ଏଥିସହ ଜିଲ୍ଲା ଯୁବ କଂଗ୍ରେସ କମିଟି କୁ ମଧ୍ଯ ଭଙ୍ଗା ଯାଇଥିବା ଘୋଷଣା କଲେ ରାଜ୍ୟ ଯୁବ ସଭାପତି।
ଆଜି ସନ୍ଧ୍ୟାରେ ଏକ ପ୍ରେସ ବାର୍ତ୍ତାରେ ସୂଚନା ଦେଇଛନ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ଲେଙ୍କା। ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତଙ୍କ ନିଲମ୍ବନକୁ ଜିଲ୍ଲାର ବହୁ ବରିଷ୍ଠ କଂଗ୍ରେସ ନେତା ସ୍ୱାଗତ କରିଛନ୍ତି।