ନାବାଳକ ଦ୍ୱାରା ନାବାଳିକା ଗର୍ଭବତୀ, ଥାନାରେ ମାମଲା

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅଞ୍ଚଳର ଏକ ଗ୍ରାମରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଉକ୍ତ ଗ୍ରାମର ଜଣେ ନାବାଳକ ଗର୍ଭବତୀ କରିଥିବା ନେଇ ବାରକୋଟ ଥାନାରେ ନାବାଳିକା ଜଣକ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ନାବାଳକକୁ ଆଜି କିଶୋର ନ୍ୟାୟ ପରିଷଦଙ୍କ ଠାରେ ଉପସ୍ଥାପିତ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାବାଳିକା ଜଣକ ଗ୍ରାମ ନିକଟ ନାଳକୁ ଗାଧୋଇବାକୁ ଯାଇଥିବା ସମୟରେ ଅଭିଯୁକ୍ତ ନାବାଳକ  ଦୁଷ୍କର୍ମ କରିଥିଲା।

 ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାର ଧମକ ଦେଇଥିବା ନାବାଳିକା ଜଣକ ଅଭିଯୋଗ କରିଛନ୍ତି। ଫଳରେ ନାବାଳିକା ଜଣକ ଘଟଣା ସମ୍ପର୍କରେ କାହାକୁ କିଛି ନ ଜଣାଇ ଚୁପ ରହିଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ନାବାଳକ ଜଣକ ତାଙ୍କୁ ପ୍ରେମ କରିବା ଓ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲା। ଫଳରେ ନାବାଳିକା ଜଣକ ୬ ମାସର ଗର୍ଭବତୀ ହେବା ଜାଣି ଅଭିଯୁକ୍ତ ନାବାଳିକା ଠାରୁ ଦୂରେଇ ଯିବା କାରଣରୁ ଗତକାଲି ପୀଡିତା ନାବାଳିକା ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ପୀଡିତା ନାବଳିକାକୁ ଡାକ୍ତରୀ ପରୀକ୍ଷା ପରେ କରୋନା ଆକ୍ରାନ୍ତ ଥିବା ଜଣାପଡିବାରୁ ଚିକିତ୍ସା ନିମନ୍ତେ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ସେହିପରି ଅଭିଯୁକ୍ତ ନାବାଳକ ନିକଟସ୍ଥ ଏକ ଘରୋଇ କଲେଜର ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ର ବୋଲି ଜଣାପଡ଼ିଛି।