ସୁପ୍ରୀମକୋର୍ଟଙ୍କ ନିର୍ଦ୍ଦେଶପରେ ଆଶଙ୍କାରେ ୩ଶହ ବର୍ଷ ପୁରୁଣା ରଥଯାତ୍ରା ପରମ୍ପରା ଜିଲ୍ଲା By Nitidin On Jun 18, 2020 Share ଦେବଗଡ,ଏନ୍ଏନ୍ଏସ୍ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଚଳିତ ବର୍ଷ ଆଉ ମାତ୍ର କେଇଟି ଦିନ ବାକି ଥିବା ବେଳେ ଆଜି ସୁପ୍ରୀମକୋର୍ଟଙ୍କ ରଥଯାତ୍ରା ଉପରେ ରୋକ ଲଗାଯିବା ଖବର ଆସିବା ପରେ ଜଗନ୍ନାଥ ପ୍ରେମୀଙ୍କ ମନରେ ଘୋର ନିରାଶାଭାବ ଦେଖାଦେଇଛି । ଏହି କ୍ରମରେ ଦେବଗଡ ଜିଲ୍ଲା ମଧ୍ୟ ରଥଯାତ୍ରାକୁ ନେଇ ଜନସାଧାରଣଙ୍କ ମନରେ ନାନା ଆଶଙ୍କା ଦେଖା ଦେଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ବିଭିନ୍ନ କଟକଣା ମଧ୍ୟରେ ରଥଯାତ୍ରା ପାଳନ ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ ଶ୍ରୀକ୍ଷେତ୍ର ପୁରୀଧାମ ରଥଯାତ୍ରାକୁ ଅନୁସରଣ କରି ରାଜ୍ୟର କୋଣ ଅନୁକୋଣରେ ରଥନିର୍ମାଣ ସହ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ତେବେ ସୁପ୍ରୀମକୋର୍ଟଙ୍କ ଆଜିର ରାୟ ପରେ ରଥଯାତ୍ରା ପାଳନ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଯଦି ଚଳିତବର୍ଷ ରଥଯାତ୍ରା ବନ୍ଦ ହୁଏ ତେବେ ଦେବଗଡ ଜିଲ୍ଲା (ବାମଣ୍ଡାରାଜ୍ୟ)ର ୩ଶହ ବର୍ଷ ତଳର ପରମ୍ପରା ଭଙ୍ଗ ହେବାର ଆଶଙ୍କା ସୃଷ୍ଟି ହୋଇଛି। ୧୭୦୦ ମସିହାରେ ବାମଣ୍ଡା ରାଜ୍ୟର ତତ୍କାଳୀନ ଗଙ୍ଗବଂଶ ରାଜା ପ୍ରତାପ ରୁଦ୍ର ଦେବଙ୍କ ସମୟରେ ନିର୍ମିତ ପୁରୀ ଜଗନ୍ନାଥ ମନ୍ଦିର ଢାଂଚାରେ ନିର୍ମିତ ୩ଶହ ବର୍ଷ ତଳର ମନ୍ଦିରରେ ଆଜି ମଧ୍ୟ ଚଳଚଂଚଳ ରହି ଅଛି । ୮୦ କୋଷ ବାମଣ୍ଡା ରାଜ୍ୟର ପ୍ରଜାମାନଙ୍କୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଏଠାରେ ୩ ଦିନ ଧରି ମହାପ୍ରଭୁ ରଥାଋୁଢ ହୋଇ ରଥଯାତ୍ରାରେ ବାହାରିବା ଏବଂ ବାହୁଡା ସମୟରେ ମଧ୍ୟ ୩ ଦିନ ରଥାଋଢ ରହି ଯାତ୍ରା କରିବାର ପରମ୍ପରା ରହିଛି। ଦେବଗଡ ରାଜ ପରିବାର ପକ୍ଷରୁ ଜଗନ୍ନାଥ ମନ୍ଦିର ପରିଚାଳନା ଓ ରଥଯାତ୍ରା ଆୟୋଜନ କରାଯାଇ ଆସୁଅଛି । ତେବେ ଆଜି ସୁପ୍ରୀମକୋର୍ଟଙ୍କ ରାୟ ପରେ ଚଳିତ ବର୍ଷ ରଥଯାତ୍ରା ପାଳନ ସମ୍ପର୍କରେ ଦେବଗଡ(ବାମଣ୍ଡା) ରାଜା ତଥା ସମ୍ବଲପୁର ଲୋକସଭା ସାସଂଦ ନିତେଶ ଗଙ୍ଗଦେବଙ୍କ ମତାମତ ନେବାରୁ ସୁପ୍ରୀମକୋର୍ଟଙ୍କ ରାୟ ପରେ ରାଜ୍ୟ ସରକାର ଯାହା ନିଷ୍ପତି ନେଇ ନିର୍ଦ୍ଦେଶ ଦେବେ ସେହି ଅନୁଯାୟୀ ଆଗାମୀ କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ପ୍ରକାଶ କରିଥିଲେ । Share