Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଅମାନିଆଙ୍କ ବିରୋଧରେ ଜିଲ୍ଲା ପ୍ରଶାସନର କଡା ଆଭିମୁଖ୍ୟ; ୨୪ ଘଂଟାରେ ୫ ଦୋକାନ ସିଲ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଅମାନିଆଙ୍କ ବିରୋଧରେ ଜିଲ୍ଲା ପ୍ରଶାସନର କଡା ଆଭିମୁଖ୍ୟ; ୨୪ ଘଂଟାରେ ୫ ଦୋକାନ ସିଲ

ଦେବଗଡ,ଏନ୍ଏନ୍ଏସ୍ : କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଘୋଷଣା କରାଯାଇଥିବା ଲକଡାଉନ ନିୟମ ଗୁଡିକର ସଠିକ୍ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନର ଆଭିମୁଖ୍ୟକୁ ଆହୁରି କଡାକଡି କରାଯାଇଛି । ଲକ୍ ଡାଉନ ସମୟରେ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ଦୋକାନ ଖୋଲା ରଖିବା ଏବଂ କୈାଣସି କାର୍ଯ୍ୟ ନ ଥାଇ ବାହାରେ ବୁଲାବୁଲି କରୁଥିବା ଲୋକମାନଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେହିଭଳି ମୁହଁରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ ଥିବାରୁ ଏହାକୁ ଅମାନ୍ୟ କରୁଥିବା ଲୋକମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି । ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ଲକଡାଉନ ନିୟମ ଅବମାନନା କରୁଥିବା ଜନସାଧାରଣ ଏବଂ ଦୋକାନଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

ଗତକାଲି ଜିଲ୍ଲାପାଳ ତାଙ୍କର ବାରକୋଟ ଗସ୍ତ ସମୟରେ ଧାର୍ଯ୍ୟ ସମୟ ପରେ ମଧ୍ୟ ୪ଟି ଦୋକାନ ଖୋଲା ଥିବା ଦେଖି ସେଗୁଡିକ ତୁରନ୍ତ ସିଲ୍ କରିବାପାଇଁ ବାରକୋଟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଦେବଗଡ ସହରରେ ଧାର୍ଯ୍ୟ ସମୟ ପରେ ମଧ୍ୟ ଏକ ଦୋକାନ ଖୋଲାଥିବା ଦେଖି ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୈନ ତାକୁ ତୁରନ୍ତ ସିଲ୍ କରିବାପାଇଁ ଉପସ୍ଥିତ ତହସିଲଦାର, ଦେବଗଡ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସଂପୃକ୍ତ ଦୋକାନୀମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଜିଲ୍ଲାର ସମସ୍ତ ଅଂଚଳରେ ନିୟୋଜିତ ସରଭାଇଲେନ୍ସ ଏବଂ ଏନଫୋର୍ସମେଣ୍ଟ ଟିମଗୁଡିକ ମଧ୍ୟ ଲକଡାଉନ ନିୟମ ଯାଂଚ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଜି ଜିଲ୍ଲା ପୋଲିସ ପକ୍ଷରୁ ଏସପିଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟ ଓ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ସହରର ବିଭିନ୍ନ ସ୍ଥାନରେ ଯାଂଚକୁ କଡାକଡି କରାଯାଇ ଲକଡାଉନ ନିୟମ ଅବମାନନା କରୁଥିବା, ମାସ୍କ ବ୍ୟବହାର କରୁ ନ ଥିବା ଓ ହେଲମେଟ ବ୍ୟବହାର ନ କରି ଦୁଇଚକିଆ ଯାନ ଚଳାଉଥିବା ଜନସାଧାରଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ସେହିଭଳି ନିୟମ ଉଲଙ୍ଗନ କରିଥିବାର ୫ଟି ଦୋକାନକୁ ସିଲ୍ କରାଯାଇ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କରୋନା ବିରୁଦ୍ଧରେ ଲଢେଇ ଆମ ସମସ୍ଥଙ୍କର। ତେଣୂ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଲକ୍ ଡାଉନ ନିୟମ ପାଳନ ପୂର୍ବକ ସମସ୍ତେ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।