ନାବଳକ ପୁଅର ବାରସି ଚୋଟରେ ବାପାର ମୃତ୍ୟୁ ଘଟଣା : ପତ୍ନୀ ଓ ହୋମଗାର୍ଡ ସମେତ ୭ ଗିରଫ

ଦେବଗଡ ,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଝରାକଣ୍ଢଳ ଗ୍ରାମରେ ଗତକାଲି ନାବଳକ ପୁଅର ବାରସି ଚୋଟରେ ବାପାର ମୃତ୍ୟୁ ହେବା ଘଟଣାରେ ଆଜି ବାରକୋଟ ଥାନା ପୁଲିସ ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଜଣେ ହୋମଗାର୍ଡ ଓ ମୃତକଙ୍କ ପତ୍ନୀ ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଛି । ଅନ୍ୟ ପକ୍ଷରେ ଅର୍ଦ୍ଦ ଦଗ୍ଧ ମୃତ ଦେହକୁ ସାଇଂଟିିଫିକ ଟିମ ବୁର୍ଲାସ୍ଥିତ ଏଫଏମଟି ଲ୍ୟାବକୁ ପଠାଇଥିବା ଜଣା ପଡିଛି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଝରାକଣ୍ଡଳ ଗ୍ରାମର ବେଣୁଧର କିସାନ (୪୫) ଅନ୍ୟ ଦିନ ମାନଙ୍କ ଭଳି ଗତକାଲି ସଂନ୍ଧ୍ୟା ପ୍ରାୟ ୮ଟା ସମୟରେ ନିଶା ସକ୍ତ ଅବସ୍ଥାରେ ନିଜ ସ୍ତ୍ରୀ ସହ ପାଟି ତୁଣ୍ଡ କରି ଅଶ୍ମିଳ ଗାଲି ଗୁଲଜ କରିଥିଲା। ଏହା ଦେଖି ଘରେ ଥିବା ବଡ଼ ପୁଅ (୧୬) ସାନ ପୁଅ (୧୨) ନିଜ ବାପା ବେଣୁଙ୍କୁ ଗଣ୍ଡଗୋଳ ନ କରିବାକୁ ଅନୁରୋଧ କରିଥିଲେ । ଏହି ସମୟରେ ବେଣୁ ନିଜ ସ୍ତ୍ରୀ କୁ ପୁଅ ସହ ଅନୈତିକ ସମ୍ପର୍କ ଥିବା କହିବାରୁ ବଡ଼ ପୁଅ (୧୬) ଉତକ୍ଷିପ୍ତ ହୋଇ ଘରେ ଥିବା ଏକ ବାରସି ସାହାଯ୍ୟରେ ବେଣୁକୁ ଆକ୍ରମଣ କରିଥିଲେ । ଫଳରେ ବେଣୁ ଗୁରୁତର ହୋଇ ପଡ଼ିବାରୁ ଅନ୍ୟ କେତେକ ସମ୍ପର୍କୀୟଙ୍କ ସହାୟତାରେ ବଣାଇଁ ଡାକ୍ତରଖାନାରେ ଗଛରୁ ପଡି ଯାଇଥିବା ଦର୍ଶାଇ ବେଣୁଙ୍କୁ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିଲା ।

ହେଲେ ବାଟରେ ଗଲାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ବେଣୁଙ୍କ ମୃତ ଦେହକୁ ଗ୍ରାମ ନିକଟ ନଦୀ ପଠାରେ ପୋଡା ଯାଉଥିବା ବେଳେ କୈାଣସି ସୂତ୍ରରୁ ସୂଚନା ପାଇ ବାରକୋଟ ଥାନା ପୁଲିସ ଘଟଣା ସ୍ଥଳରେ ପହଚିଂ ଅର୍ଦ୍ଧଦଗ୍ଧ ମୃତ ଦେହ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଏହି ହତ୍ୟା କାଣ୍ଡରେ ମୃତ ବେଣୁର (୧୬)ବର୍ଷିଅ ନାବାଳକ ପୁଅ ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିବା ଏବଂ ଏ ହତ୍ୟା କାଣ୍ଡର ପ୍ରମାଣ ନଷ୍ଟ ପାଇଁ ମୃତ ଦେହ କୁ ପୋଡି ଦେବା ରେ ସହେଯାଗ କରିଥିବା ମୃତକ ବେଣୁର ପତ୍ନୀ ଲକ୍ଷ୍ମୀ ଓରଫ କୈାଶଲ୍ୟା କିସାନ (୩୫).ଅନ୍ୟ (୧୨) ବର୍ଷିଅ ନାବାଳକ ପୁଅ ,ଦେବଗଡ ଥାନା ଅନ୍ତର୍ଗତ ନାଗଡିହି ଗ୍ରାମର ସମ୍ପର୍କୀୟ ଦିପକ କିସାନ (୨୧), ଉକ୍ତ ଗ୍ରାମର ହୋମଗାର୍ଡ ପଟେଲ କିସାନ(୫୧),କ୍ଷୀର କିସାନ (୩୪) ଓ ପୁରନ୍ଦର କିସାନକୁ ଗିରଫ କରିଥିଲେ। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ କରା ଯାଇଥିବା ଜଣା ପଡିଛି ।