ଅବକାରୀ ଚଢ଼ଉ, ୧୫୦୦ କେଜି ମହୁଲ ନଷ୍ଟ, ୨ ଶହ ଲିଟର ମଦ ଜବତ

ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ବ୍ଲକ ଦେଶଣ୍ଡ ପଞ୍ଚାୟତର ଦେଶଣ୍ଡ ଜଙ୍ଗଲରେ ମଦ ରନ୍ଧା ଚାଲୁଥିବାବେଳେ ବଲାଙ୍ଗିର ଅବକାରୀ ୟୁନିଟ ଚଢ଼ଉ କରିଥିଲା। ସେଠାରୁ ଅବକାରୀ ବିଭାଗ ମହୁଲ ପୋଚକୁ ନଷ୍ଟ କରିବା ସହ ବିଭିନ୍ନ ସାମଗ୍ରୀ ଜବତ କରିଛି। ତୁଷୁରା ଅବକାରୀ ନିରୀକ୍ଷକ ଅରୁଣ ଯୋଶୀଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିଲା। ଅବକାରୀ ବିଭାଗ ଅଧିକାରୀଙ୍କୁ ଦେଖି ମଦ ରାନ୍ଧୁଥିବା ଲୋକେ ଫେରାର ହୋଇ ଯାଇଥିଲେ।  ୧୫ଶହ କେଜି ମହୁଲ ପୋଚ ନଷ୍ଟ କରି ୨ ଶହ ଲିଟର ମଦ ଜବତ କରାଯାଇଛି। ଏହି ଚଢ଼ଉରେ ସଦର ଓଆଇସି ପିଏଲ ନାଏକ, ଏଏସଆଇ ବଳରାମ ପ୍ରଧାନ, ରାମଚନ୍ଦ୍ର ପଟ୍ଟନାୟକ, ବଲାଙ୍ଗିର ମୋବାଇଲ ୟୁନିଟ ସାମିଲ ଥିଲେ।