ପାଟଣାଗଡ଼ ପଞ୍ଚାୟତ ଅଫିସର ମୁଖ୍ୟାଳୟକୁ ନେଇ ବିଡ଼ିଓଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର

ପାଟଣାଗଡ଼,ଏନ୍ଏନ୍ଏସ୍: ଖପ୍ରାଖୋଲ ବ୍ଲକ୍‌ ମାଲପଡା ପଞ୍ଚାୟତର କାର୍ଯ୍ୟାଳୟକୁ ନେଇ ବାରମ୍ବାର ସ୍ତାନୀୟ ଲୋକେ ଦାବି କରୁଥିଲେ ସୁଦ୍ଧା ସରକାର କୌଣସି ପଦକ୍ଷେପ ନେଉ ନଥିବାରୁ ମାଲପଡା ଗ୍ରାମବାସୀ ସ୍ଥାନୀୟ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଠାରେ ପ୍ରକାଶ ଯେ ନୂତନ କରି ହୋଇଥିବା ମାଲପଡା ପଞ୍ଚାୟତର କାର୍ଯ୍ୟାଳୟ କୋଉଁଠି ସ୍ଥାପନ ହେବ ବ୍ଲକ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇ ପାରୁ ନଥିବାରୁ ଜନଅସନ୍ତୋଷ ପ୍ରକାଶପାଇଛି।

ମାଲପଡା ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ମନମୁଖୀ କରୁଥିବା ଅଭିଯୋଗ କରି ୱାର୍ଡ ସଭ୍ୟ ସୁମିତ୍ରା ମାଝୀ ଗୁରୁବାରୀବାଗ ବିଷ୍ଣୁ ବାଗ ମୋହନ ନାୟକ ବୃଷଭ ମାଝୀ, ନାଏବ ସରପଞ୍ଚ ସୁଶିଳା ବାଇ ଦାସ, ସମିତିସଭ୍ୟ ବେଲତି ଧରୁଆ ସହ ଗ୍ରାମର ସତ୍ୟ ପଣ୍ଡା, ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ନୂତନ ସରପଞ୍ଚ ଦାଇତ୍ଵ ନେବା ପରେ ପ୍ରଥମ ବୈଠକ ମାଲପଡାରେ ନକରି ଫୁଲଝର ଗାଁରେ କରିଥିବାରୁ ଜନଅସନ୍ତୋଷ ପ୍ରକାଶ ପାଇଛି। ତାଙ୍କ ଦାବିପତ୍ରରେ ଅତିଶୀଘ୍ର ପଞ୍ଚାୟତ ଗୃହ ନିର୍ମାଣ ଓ ପିଡ଼ିଏସ୍‌ ଚାଉଳ ବଣ୍ଟନ କରାଯିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଯଦି ବ୍ଲକ୍‌ ପ୍ରଶାସନ ଆଗାମୀ ୧୫ ଦିନ ମଧ୍ୟରେ ସମାଧାନ ନକରନ୍ତି ଏକ ବିରାଟ ଜନ ଆନ୍ଦୋଳନ ହେବ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି।