Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମୁନିଗୁଡ଼ାରେ ଟ୍ରକ ଟର୍ମିନାଲ ନିର୍ମାଣ ପାଇଁ ଦାବୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମୁନିଗୁଡ଼ାରେ ଟ୍ରକ ଟର୍ମିନାଲ ନିର୍ମାଣ ପାଇଁ ଦାବୀ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସହର ହେଉଛି ଦକ୍ଷିଣ ଓଡ଼ିଶାର ଅନ୍ୟତମ ବ୍ୟସ୍ତବହୁଳ ବ୍ୟବସାୟିକ ପେଣ୍ଠସ୍ଥଳୀ । ଭୌଗଳିକ ଦୃଷ୍ଟିକୋଣରୁ ୨ଟି ରାଜ୍ୟ ରାଜପଥ ମୁନିଗୁଡ଼ା ବାଣିଜ୍ୟିକ ପ୍ରତିଷ୍ଠାନ ଦେଇ ଯା’ଆସ କରିଥାନ୍ତି । କିନ୍ତୁ ଏହି ଗାଡ଼ି ଗୁଡ଼ିକର ପାର୍କିଂ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଯାନବାହନ ଗୁଡ଼ିକ ରାସ୍ତା ମଧ୍ୟସ୍ଥ ସର୍ବସାଧାରଣ ପାର୍କିଂସ୍ଥଳକୁ ଆବୋରି ନେଇଥାନ୍ତି । ଫଳରେ ବିଭିନ୍ନ ସମୟରେ ମୁନିଗୁଡ଼ା ବଣିକ ସଂଘ, ପ୍ରସ କ୍ଲବ, ବିକାଶ ପରିଷଦ ଓ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ମୁନିଗୁଡ଼ା ବିଡ଼ିଓ, ତହସିଲଦାର,ଏସିଡିପିଓ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କିଛିଦିନ ପୂର୍ବେ ସହରରେ ନିର୍ଦ୍ଧାରିତ ସମୟ ନୋ ଏଣ୍ଟ୍ରି ସିଷ୍ଟମ କାର୍ଯ୍ୟକାରୀ କରାଯାଇଥିଲା । ପରେ ଏସବୁର ସ୍ଥାୟୀ ସମାଧାନ ନିମନ୍ତେ ମୁନିଗୁଡ଼ା-ରାୟଗଡ଼ା ରୋଡରୁ ଜାମରାଗୁଡ଼ା ଯାଏ ବାଇପାସ ରୋଡ ଓ ଗାଡ଼ି ଏବଂ ଚାଳକଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ସର୍ବୋପରି ମୁନିଗୁଡ଼ା ସହରକୁ ଦୁର୍ଘଟଣାମୁକ୍ତ ନିମନ୍ତେ ଅତ୍ୟାବଶ୍ୟକ ଟ୍ରକ ଟର୍ମିନାଲ ବ୍ୟବସ୍ଥା କରିବାକୁ ତତ୍କାଳୀନ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ମୁନିଗୁଡ଼ାବାସୀଙ୍କ ତରଫରୁ ଦାବୀ କରାଯାଇଥିଲା । ଫଳସ୍ୱରୂପ ଏବେ ବାଇପାସ୍ ରୋଡ ହେବାପାଇଁ ସରକାରଙ୍କ ତରଫରୁ ସବୁଜ ସଂକେତ ମିଳିବା ସହିତ ପ୍ରାରମ୍ଭିକ ଅଫିସିଆଲ୍ କାର୍ଯ୍ୟ ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି । ହେଲେ ଗାଡ଼ି ଡ୍ରାଇଭର, ଗାଡ଼ି ସୁରକ୍ଷା ଓ ଟ୍ରାଫିକ ସମସ୍ୟା ଦୃଷ୍ଟିରୁ ଅତି ଜରୁରୀ ଆବଶ୍ୟକ ହେଉଥିବା ଟ୍ରକ ଟର୍ମିନାଲ ନିର୍ମାଣ ହେବାର ବିଳମ୍ବକୁ ଦେଖି ଗାଡ଼ି ଡ୍ରାଇଭରମାନେ ଉଦବେଗ ପ୍ରକାଶ କରିଛନ୍ତି । ଏହି ବ୍ୟସ୍ତବହୁଳ ରାଜ୍ୟ ରାଜପଥ କଡ଼ରେ ସେମାନଙ୍କୁ ଖରା,ବର୍ଷା ଓ ଶୀତରେ ଗାଡ଼ି ରଖି ବିଶ୍ରାମ ନେବାକୁ ପଡୁଛି ବୋଲି ସେମାନେ କହିଛନ୍ତି । ନିଛାଟିଆ ରାସ୍ତା ଥିବା କାରଣରୁ ସେମାନଙ୍କୁ ମୁନିଗୁଡ଼ା ଉପକଣ୍ଠ ଭବାନୀପାଟଣା ପଟୁ ମଶାଣି ସମ୍ମୁଖ ରୋଡ, ବାଲିଗୁଡ଼ା ପଟୁ ଭୌରବୀ ମନ୍ଦିର ସମ୍ମୁଖ ଓ ରାୟଗଡ଼ା ପଟୁ ମୁନିଗୁଡ଼ା ମିନି ଷ୍ଟାଡିୟମ କଡ଼ରେ ଗାଡ଼ି ପାର୍କିଂ କରି ଭୟରେ ରହିବାକୁ ପଡୁଛି । ଯଦି କେବେ ଷ୍ଟ୍ରାଇକ ହେଉଛି ତେବେ ଆହୁରି ଦୟନୀୟ ସମସ୍ୟା ଉପୁଜିଛି । ସମୟେ ସମୟେ ଗାଡ଼ିରୁ ବ୍ୟାଟେରୀ, ଷ୍ଟେପିନ ଓ ଡିଜେଲ ଚୋରି ହୋଇଯାଉଛି । ଅନେକ ସମୟରେ ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟ ମଧ୍ୟ ସାମ୍ନା କରିବାକୁ ପଡୁଥିବା ରାଜ୍ୟ ବାହାର ଡ୍ରାଇଭରମାନେ ଦୁଃଖର ସହିତ କହିଛନ୍ତି । ରାଜ୍ୟ ସରକାର ଏବେ ବିଭିନ୍ନ ଅଞ୍ଚଳରେ ଟ୍ରକ ଟର୍ମିନାଲ ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି । ଏଣୁ ଭୌଗଳିକ, ବ୍ୟବସାୟିକ, ଗମନାଗମନ ଓ ସହରର ଟ୍ରାଫିକ ନିୟନ୍ତ୍ରଣ ଦୃଷ୍ଟିରୁ ମୁନିଗୁଡ଼ା ଉପକଣ୍ଠରେ ଏକ ଟ୍ରକ ଟର୍ମିନାଲ ନିର୍ମାଣ କରିବାକୁ ମୁନିଗୁଡ଼ାର ବିଭିନ୍ନ ମହଲରୁ ଦାବୀ ଉଠୁଛି । ଏହି ପରିପ୍ରେକ୍ଷୀରେ ମୁନିଗୁଡ଼ା ଗାଡ଼ି ଚାଳକମାନେ ସମସ୍ତ ଗାଡ଼ି ଚାଳକଙ୍କ ସୁରକ୍ଷା ଦୃଷ୍ଟିରୁ ଅନ୍ୟ ରାଜ୍ୟ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗାଡ଼ି ଚାଳକ ଓ ଗାଡ଼ି ମାନଙ୍କୁ ମିଳୁଥିବା ଟ୍ରକ ଟର୍ମିନାଲ ସୁବିଧା ସେମାନଙ୍କୁ ଓ ଦୂର ଦୁରାନ୍ତରରୁ ଆସୁଥିବା ଡ୍ରାଇଭରଙ୍କୁ ଯୋଗାଇଦେବାକୁ ଦାବୀ କରିଛନ୍ତି ।