ଘନେଇଲା କ୍ରପ ଇନସ୍ୟୁରାନ୍ସ ଦାବି, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କଲେ ଚାଷୀ

ବଲାଙ୍ଗିର,ଏନ୍ଏନ୍‌ଏସ୍‌: ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକର ୬୭ଟି ପଞ୍ଚାୟତର ଋଣୀ ଓ ଅଣ ଋଣୀ ଛାଷୀମାନଙ୍କୁ ଖରିଫ-୨୦୨୧ର ଇନସ୍ୟୁରାନ୍ସ ମିଳିବା ଦାବିରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ୩ଟି ବ୍ଲକର ଶତାଧିକ ଚାଷୀ ସ୍ଥାନୀୟ ଯାଦବ ଭବନ ଠାରୁ ଏକ ଶେଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ।

ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବିପତ୍ର ମଧ୍ୟ ପ୍ରଦାନ କରିଥିବା ବେଳେ ଜିଲ୍ଲାର ସମସ୍ତ ଚାଷୀ ମାନଙ୍କୁ ଇନସ୍ୟୁରାନ୍ସ ଦିଆଯାଉ ବୋଲି ବିଧାୟକ ସାଲୁଜା ଦାବି କରିବା ସହ କହିଥିଲେ ଯେ, ବଲାଙ୍ଗିର ଜିଲ୍ଲାର ଚାଷୀମାନଙ୍କଠୁ ଇନସ୍ୟୁରାନ୍ସ କମ୍ପାନୀ ୨୦୦ କୋଟି ଟଙ୍କାର ଦୁର୍ନୀତି କରିଛି। ତେବେ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଛାଷୀମାନଙ୍କୁ ଶୀଘ୍ର ଇନସ୍ୟୁରାନ୍ସ ମିଳିବା ପାଇଁ ଦାବି କରିଛନ୍ତି। ଏହି ସମୟରେ ବିଧାୟକ ସାଲୁଜାଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ଦିଲ୍ଲୀପ ବେହେରା ଏବଂ ଅନ୍ୟାନ୍ୟ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।