ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ତ୍ୟାଗି ନିଲମ୍ବିତ

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯୋଗେଶ ତ୍ୟାଗୀଙ୍କୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ କରାଯାଇଛି ବୋଲି ବୁଧବାର ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି । ବିଶ୍ୱ ବିଦ୍ୟାଳୟର ଦୁଇଟି ସେକ୍ସନ ମଧ୍ୟରେ କ୍ଷମତା ଲଢେଇ ଚାଲିଥିବାରୁ ତ୍ୟାଗୀଙ୍କୁ ନିଲମ୍ବିତ କରାଯାଇଛି ।

ଚଳିତ ବର୍ଷ ଜୁଲାଇ ୧୭ ପୂର୍ବରୁ ଚିକିତ୍ସା ନିମନ୍ତେ ଛୁଟିରେ ଥିବା ବେଳେ ପ୍ରଫେସର ତ୍ୟାଗୀଙ୍କ ଅନୁମୋଦନ କ୍ରମେ ଜାରି ସମସ୍ତ ଆଦେଶକୁ ବାତିଲ କରାଯାଇଛି । ଜୁଲାଇ ୧୭ରେ ପ୍ରଫେସର ପିସି ଯୋଶୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଶିକ୍ଷା ମନ୍ତ୍ରଣାଳୟ ଏହାର ଆଦେଶରେ କହିଛି ଯେ କୁଳପତି ପ୍ରଫେସର ତ୍ୟାଗୀ ବିଶ୍ୱବିଦ୍ୟାଳୟର ନିୟମ ଅନୁଯାୟୀ କାର୍ଯ୍ୟ ପରିଚାଳନା ନ କରିବାରୁ ବିଶ୍ୱ ବିଦ୍ୟାଳୟ ପରିଚାଳନାରେ ବିଭ୍ରାଟ ଦେଖାଦେଇଛି ।