ଦିଲ୍ଲୀରୁ ଲଣ୍ଡନ ବସ୍ ସେବା, ଜାଣନ୍ତୁ କେତୋଟି ଦେଶ ଆତିକ୍ରମ କରିବ ଓ ଭଡା କେତେ

ନୂଆଦିଲ୍ଲୀ, ଏଜେନ୍ସି: ଇଚ୍ଛୁକ ବ୍ୟକ୍ତିମାନେ ଏବେ ସଡକ ପଥରେ ଦିଲ୍ଲୀରୁ -ଲଣ୍ଡନ ଯାତ୍ରା କରିପାରିବେ। ଏଥିପାଇଁ ଗୁରୁଗ୍ରାମର ଏକ ଟ୍ରାଭେଲ କମ୍ପାନୀ ବସ ସେବା ଆରମ୍ଭ କରିଛି। ସଡକ ପଥରେ ଲଣ୍ଡନ ଯିବାକୁ ହେଲେ ୨୦ ହଜାର କିଲୋମିଟର ଅତିକ୍ରମ କରିବାକୁ ପଡିବ। ଏହି ବସରେ ଗଲେ ୧୮ଟି ଦେଶ ପାରକରି ୭୦ ଦିନରେ ଲଣ୍ଡନରେ ପହଞ୍ଚିବ ବୋଲି ଘରୋଇ ଟ୍ରାଭେଲ କମ୍ପାନୀ ‘ଆଡଭେନଚର ଓଭରଲ୍ୟାଣ୍ଡ’ ପକ୍ଷରୁ କୁହାଯାଇଛି। ଏଥିରେ ମୋଟ ୨୦ଟି ସିଟ ରହିଛି। ଯାତ୍ରୀମାନେ ଚାହିଁଲେ ଏଥିରେ ବସିବା ସହିତ ଶୋଇ ପାରିବେ। ଏହାସହ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି। ଦିଲ୍ଲୀରୁ ଲଣ୍ଡନ ଜଣପିଛା ଭଡା ୧୫ଲକ୍ଷ ଟଙ୍କା ରହିଛି। ଯାତ୍ରା ସମୟରେ ଟ୍ରାଭେଲ କମ୍ପାନୀ ପଞ୍ଚତାରକା ହୋଟେଲରେ ରହିବାର ସୁବିଧା ଯୋଗାଇବା ସହ ଓ ଯେଉଁଦେଶ ପଡିବ ସେହି ଦେଶ ଭ୍ରମଣ କରାଇବ ବୋଲି ଆଡଭେନଚର ଓଭରଲ୍ୟାଣ୍ଡର ପ୍ରତିଷ୍ଠାତା ତୁଷାର ଓଗ୍ରୱାଲ କହିଛନ୍ତି।