ଲାଲ କିଲ୍ଲା ହିଂସା ଘଟଣା: ଆଉ ୨୦ ଜଣଙ୍କ ଫଟୋ ଜାରି କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ,ଏଜେନ୍ସି: ଗଣତନ୍ତ୍ର ଦିବସରେ ଦେଶର ରାଜଧାନୀ ଦିଲ୍ଲୀରେ ଚାଷୀମାନେ ଟ୍ରାକ୍ଟର ରାଲି କରୁଥିବା ବେଳେ ଲାଲ କିଲ୍ଲାରେ ହିଂସାକାଣ୍ଡ ହୋଇଥିଲା। ଟ୍ରାକ୍ଟର ରାଲି ବାହାନାରେ ପୁଲିସ ବ୍ୟାରିକେଡ ଭାଙ୍ଗି ଲାଲ କିଲ୍ଲାକୁ ଧସେଇ ପଶିବା ସହିତ ବ୍ୟାପକ ଭଙ୍ଗାରୁଜା କରିଥିଲେ ଦୁର୍ବୃତ୍ତମାନେ। ଏହି ଘଟଣାରେ ପୁଲିସ ଛାନଭିନ ଜାରି ରଖିଥିବା ବେଳେ ଆଜି ଏଥିରେ ସମ୍ପୃକ୍ତ ଥିବା ଆଉ ୨୦ ଜଣଙ୍କ ଫଟୋ ଜାରି କରିଛି।

ଏହା ପୂର୍ବରୁ ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ଏହି ଘଟଣାରେ ୨୦୦ ଲୋକଙ୍କ ଫଟୋ ଜାରି କରିଥିଲା। ଏହି ସମସ୍ତେ ହିଂସାକାଣ୍ଡରେ ଜଡ଼ିତ ଥିବା ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁସାରେ ଜନୈକ ସୂତ୍ରରୁ ମିଳିଥିବା ଏକ ଭିଡିଓକୁ ସ୍କାନ କରିବା ପରେ ଏହି ଅଭିଯୁକ୍ତମାନଙ୍କ ଫଟୋ ଜାରି କରାଯାଇଛି। ଏଥିସହିତ ସେମାନଙ୍କ ପରିଚୟ ଖୋଜିବାରେ ପୁଲିସ ଟିମ ଲାଗିଛନ୍ତି।