ସତୀଶ କୌଶିକ ମୃତ୍ୟୁ ମାମଲାରେ ବିକାଶ ମାଲୁଙ୍କ ପତ୍ନୀଙ୍କ ବୟାନ ରେକର୍ଡ କରିବ ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ବଲିଉଡର ଦିବଙ୍ଗତ ଅଭିନେତା ସତୀଶ କୌଶିକ ଫେବୃଆରୀ ୯ ତାରିଖରେ ମୃତ୍ୟୁବରଣ କରିଥିଲେ । ସତୀଶ ତାଙ୍କ ସାଙ୍ଗ ବିକାଶ ମାଲୁଙ୍କ ହୋଲି ପାର୍ଟିରେ ସାମିଲ ହେବା ପାଇଁ ଦିଲ୍ଲୀ ଆସିଥିଲେ । ଏହି ସମୟରେ ତାଙ୍କ ସ୍ୱାସ୍ଥବସ୍ଥା ବିଗିଡ଼ିବା ସହ ମୃତ୍ୟୁ ହୋଇଥିଲା । ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । କିନ୍ତୁ ବିକାଶ ମାଲୁଙ୍କ ପତ୍ନୀ ସତୀଶଙ୍କ ହତ୍ୟା ହୋଇଥିବା ନେଇ ଆଶଙ୍କା କରିବା ପରେ ଘଟଣାର ଦିଗ ବଦଳି ଯାଇଛି । ୧୫ କୋଟି ବିବାଦରେ ତାଙ୍କ ସ୍ୱାମୀ ସତୀଶଙ୍କ ହତ୍ୟା କରିଥିବା ନେଇ ସେ ଅଭିଯୋଗ କରିଛନ୍ତି । ସେଥିପାଇଁ  ଦିଲ୍ଲୀ ପୁଲିସ ଆଜି ବିକାଶଙ୍କ ପତ୍ନୀଙ୍କ ବୟାନ ରେକର୍ଡ କରିବ ।