ଦିଲ୍ଲୀ ନାବାଳିକାକୁ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଶାହାବାଦ ଡେୟରୀ ଅଞ୍ଚଳରେ ଜଣେ ଯୁବକ ତା’ ଗାର୍ଲଫ୍ରେଣ୍ଡକୁ ଛୁରୀ ମାରି ହତ୍ୟା କରିଛି । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦିଲ୍ଲୀ ପୁଲିସ ହତ୍ୟାକାରୀ ଯୁବକ ସାହିଲକୁ ବୁଲନ୍ଦସହରରୁ ଗିରଫ କରିଛି । ସାହିଲ ୧୬ ବର୍ଷୀୟ ନାବାଳିକାକୁ ପଥରରେ ଛେଚି ଛେଚି ମାରିବା ପୂର୍ବରୁ ୪୦ଥର ଛୁରୀରେ ଆକ୍ରମଣ କରିଥିଲା ।

ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଉଭୟ ସାହିଲ ଓ ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଶନିବାର ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ରବିବାର ଝିଅଟି ଏକ ଜନ୍ମଦିନ ଉତ୍ସବକୁ ଯାଉଥିବା ସମୟରେ ସାହିଲ ରାସ୍ତାରେ ଅଟକାଇ ଆକ୍ରମଣ କରିଥିଲା । ଝିଅର ପିତାଙ୍କ ଅଭିଯୋଗକ୍ରମେ ଶାହାବାଦ ଡେୟରୀ ଥାନାରେ ଧାରା ୩୦୨ ଅନୁସାରେ ମାମଲା ଦାୟର ହୋଇଥିଲା ।