ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ମାର୍କେଟ ରାତି ୮ଟା ପର୍ଯ୍ୟନ୍ତ ଖୋଲୁ ଥିବାବେଳେ ଏବେ ଏହି ସମୟସୀମାରେ ପରିବର୍ତ୍ତନ କରାଯାଇଛି। ଫଳରେ ଏବେ ଦୋକାନ ବଜାର ସାମାନ୍ୟ ସମୟାନୁସାରେ ଖୋଲିବ। କରୋନା ସଂକ୍ରମଣ କମୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି।
କରୋନା କଟକଣା କୋହଳ ହେବା ପରେ ବଜାର, ସପିଂ କମ୍ପଲେକ୍ସ, ମଲ୍ ଓ ସବୁ ଦୋକାନ ବନ୍ଦ କରିବାର ସମୟସୀମାକୁ ଉଠାଇ ଦିଆଯାଇଛି। ବଜାର ଅଧିକ ସମୟ ଖୋଲିବା ପାଇଁ ବେପାରୀମାନେ ଲଗାତାର ଭାବେ ଦିଲ୍ଲୀ ସରକାରଙ୍କୁ ଦାବି କରୁଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।