ଦିଲ୍ଲୀ ସରକାରରେ ବଢ଼ିଲା ଆତିଶୀଙ୍କ ପାହ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ମନ୍ତ୍ରୀଙ୍କ ବିଭାଗରେ ବଡ଼ ପରିବର୍ତ୍ତନ କରିଛନ୍ତି । ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ଜେଲ ଯିବା ପରେ ଆତିଶୀ ଶିକ୍ଷା ମନ୍ତ୍ରଣାଳୟ ସମ୍ଭାଳୁଥିଲେ । ଆଉ ଏବେ ଆତିଶୀଙ୍କୁ ଅର୍ଥ ଓ ରାଜସ୍ୱ ମନ୍ତ୍ରଣାଳୟ ମଧ୍ୟ ପ୍ରଦାନ କରାଯାଇଛି । ୨ଟି ଅତିରିକ୍ତ ମନ୍ତ୍ରଣାଳୟ ଆତିଶୀଙ୍କୁ ଦେବାର ଫାଇଲ ଏଲଜୀଙ୍କୁ ପଠାଯାଇଥିଲା ଯାହାକୁ ଏବେ ମଞ୍ଜୁରୀ ମିଳିଯାଇଛି ।

ସୂଚନାଯୋଗ୍ୟ, ଦିଲ୍ଲୀ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ପରେ ଆତିଶୀଙ୍କ ପାଖରେ ମୋଟ ୧୧ଟି ବିଭାଗ ରହିଛି । ଆତିଶୀଙ୍କ ପାଖରେ ମହିଳା ଏବଂ ବାଳ ବିକାଶ ବିଭାଗ, ଲୋକ ନିର୍ମାଣ, ଶକ୍ତି, ଶିକ୍ଷା, କଳା ସଂସ୍କୃତି ଏବଂ ଭାଷା, ପର୍ଯ୍ୟଟନ, ଉଚ୍ଚ ଶିକ୍ଷା, ପ୍ରଶିକ୍ଷଣ ଏବଂ ବୈଷୟିକ ଶିକ୍ଷା ଓ ଜନ ସମ୍ପର୍କ ବିଭାଗ ପୂର୍ବରୁ ଥିଲା ।