ଫିଲ୍ମ ରିଲିଜ ପରେ ସିଦ୍ଧିବିନାୟକ ମନ୍ଦିର ପହଞ୍ଚିଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଓ ଅଭିନେତ୍ରୀ କିଆରା ଆଡଭାନୀ ଅଭିନୀତ ଫିଲ୍ମ ‘ସତ୍ୟପ୍ରେମ କି କଥା’ ଆଜି ସିନେମାଘରେ ରିଲିଜ ହୋଇଛି । ଫିଲ୍ମଟି ଆଲୋଚକ ଓ ଦର୍ଶକ ସଭିଙ୍କୁ ବେଶ୍ ପସନ୍ଦ ଆସିଛି । ଇତିମଧ୍ୟରେ କାର୍ତ୍ତିକ ସିଦ୍ଧିବିନାୟକ ମନ୍ଦିର ଯାଇ ଗଣପତି ବାପ୍ପାଙ୍କ ଦର୍ଶନ କରିଛନ୍ତି । କାର୍ତ୍ତିକ ପ୍ରତିଥର ଫିଲ୍ମ ରିଲିଜ ହେବା ଦିନ ହିଁ ସିଦ୍ଧିବିନାୟକ ମନ୍ଦିର ଯାଇ ଦର୍ଶନ କରିଥାନ୍ତି । କାର୍ତ୍ତିକଙ୍କ ମନ୍ଦିର ବାହାରର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ସୂଚନାଯୋଗ୍ୟ, କାର୍ତ୍ତିକ ଓ କିଆରା ଫିଲ୍ମ ‘ସତ୍ୟପ୍ରେମ କି କଥା’ ପୂର୍ବରୁ ‘ଭୁଲ ଭୂଲୈୟା ୨’ରେ ଏକାଠି ନଜର ଆସିଥିଲେ । ସାଜିଦ ନାଦିଆଦୱାଲାଙ୍କ ପ୍ରଯୋଜନା ଓ କରନ ବିଦ୍ୱାନଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ‘ସତ୍ୟପ୍ରେମ କି କଥା’ ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ । ଫିଲ୍ମରେ କାର୍ତ୍ତିକ ଓ କିଆରାଙ୍କ ବ୍ୟତୀତ ଗଜରାଜ ରାଓ, ସୁପ୍ରିୟା ପାଠକ, ଶିଖା ତଲସାନିଆ, ସିଦ୍ଧାର୍ଥ ରନ୍ଦେରିଆ ଓ ଅନୁରାଧା ପଟେଲଙ୍କୁ ଦେଖିବାକୁ ମିଳିବ ।